fbpx

୨୧ରୁ ଆରମ୍ଭ ହେବ ବିଧାନ ସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୧ରୁ ରାଜ୍ୟ କ୍ୟାବିନେଟରେ ବଜେଟ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବିଧାନ ସଭା ବଜେଟ୍ ଅଧିବେଶନ ୨ ଟି ପର୍ଯାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ପେବୃଆରୀ ୨୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ସେହିପରି ଦ୍ୱୀତୀୟ ଅଧିବେଶନ ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ।

ତେବେ ଫେବୃଆରୀ ୨୪ ତାରିଖରେ ବଜେଟ୍ ଉପସ୍ଥାପିତ ହେବା ବେଳେ ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିବେ । ଗତକାଲି ଲୋକସଭାରେ ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଆସନ୍ତା ୨୧ ତାରିଖରେ ରାଜ୍ୟସଭାରେ ବଡେଟ୍ ଅଧିବେସନ ଆରମ୍ଭ ହେବ ।

Get real time updates directly on you device, subscribe now.