HIV ନିବାରଣରେ ଏକ ବଡ଼ ସଫଳତା, Lenacapavir ଇଞ୍ଜେକ୍ସନକୁ ମିଳିଲା ମଞ୍ଜୁରୀ
ଲେନାକାପାଭିର ପ୍ରଥମ FDA-ଅନୁମୋଦିତ HIV ପ୍ରତିରୋଧକ ଇଞ୍ଜେକ୍ସନ ।
ନୂଆଦିଲ୍ଲୀ: HIV ଏକ ବିପଦପୂର୍ଣ୍ଣ ଭାଇରସ । ଆଜି ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ପାଇଁ କୌଣସି ଔଷଧ କିମ୍ବା ଟିକା ତିଆରି ହୋଇନାହିଁ । ଯଦିଓ ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି ।
ଆମେରିକୀୟ FDA ଲେନାକାପାଭିର (ztugo) କୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ (PrEP) ଭାବରେ ଅନୁମୋଦନ କରିଛି । ଏହା ପ୍ରଥମ ଏପରି ଇଞ୍ଜେକ୍ସନ ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍ ନେଇ HIV ସଂକ୍ରମଣକୁ ରୋକିପାରିବ । ତଥାପି, ଏହି ଇଞ୍ଜେକ୍ସନ HIV ର ଉପଚାର ନୁହେଁ । କେବଳ ଏହାକୁ ନେବା ଦ୍ଵାରା ଏହାକୁ ରୋକାଯାଇପାରିବ ।
ଏହି ଇଞ୍ଜେକ୍ସନ ଉପରେ ଗବେଷଣା କରାଯାଇଥିଲା। ତିନୋଟି ପ୍ରମୁଖ ପରୀକ୍ଷଣର ଫଳାଫଳରୁ ଜଣାପଡିଛି ଯେ ଇଞ୍ଜେକ୍ସନ ନେବା ପରେ, ମହିଳାଙ୍କଠାରେ ଶୂନ୍ୟ (100%) ସଂକ୍ରମଣ ହୋଇଥିଲା ଏବଂ ପୁରୁଷମାନଙ୍କଠାରେ କେବଳ 0.1% ସଂକ୍ରମଣ ହୋଇଥିଲା।
ଲେନାକାପାଭିର ଏକ କ୍ୟାପସିଡ୍ ନିରୋଧକ । ଏହା HIV ଭାଇରସର ବାହ୍ୟ ସ୍ତର (କ୍ୟାପସିଡ୍)କୁ ଦୁର୍ବଳ କରିଥାଏ ଏବଂ ଶରୀରରେ ଭାଇରସ ବ୍ୟାପିବାର ପ୍ରକ୍ରିୟାକୁ ବନ୍ଦ କରିଥାଏ ।
ଥରେ ନେଲେ 6ମାସ ଯାଏଁ ହେବନି- ଏହି ଇଞ୍ଜେକ୍ସନର ଦୁଇଟି ଡୋଜ୍ ଚର୍ମ ତଳେ ଦିଆଯାଏ, ଯାହା ଫଳରେ ଏହା ଧୀରେ ଧୀରେ ନିର୍ଗତ ହୁଏ ଏବଂ ଶରୀରରେ 6 ମାସ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ।
ନେଗେଟିଭ ରିପୋର୍ଟ ଦେଖାଇଲେ ସେକେଣ୍ଡ ଡୋଜ- ଛଅ ମାସ ପରେ ଆଉ ଏକ ଡୋଜ୍ ଦେବାକୁ ପଡ଼ିଥାଏ। ଏହି ଇଞ୍ଜେକ୍ସନର ଲାଭ ପାଇବା ପାଇଁ, ପ୍ରତି ଛଅ ମାସରେ HIV ନେଗେଟିଭ୍ ପରୀକ୍ଷା କରିବା ଆବଶ୍ୟକ, ତା’ପରେ ହିଁ ପରବର୍ତ୍ତୀ ଡୋଜ୍ ଦିଆଯାଏ । ଏହି ଇଞ୍ଜେକ୍ସନ ଉପରେ କରାଯାଇଥିବା ତିନୋଟି ପରୀକ୍ଷଣ ସଫଳ ହୋଇଛି । ଏହା ପରେ ହିଁ FDA ଏହାକୁ ଅନୁମୋଦନ କରିଛି ।