fbpx
BJD SKY
BJD SKY

ବିନା ଲାଇସେନ୍ସରେ ସୁଧ କାରବାର କରୁଛନ୍ତି କି? ଆଇନର କାଠଗଡାକୁ ଟଣା ହୋଇପାରନ୍ତି

BJD

ନୂଆଦିଲ୍ଲୀ: ବ୍ୟକ୍ତି ବ୍ୟକ୍ତିଗତ ଆବଶ୍ୟକତା ଲାଗି କିମ୍ବା ବ୍ୟବସାୟରେ ଖଟାଇବା ଲାଗି ଟଙ୍କା ଆବଶ୍ୟକ ପଡିଲେ ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ ଉଠାଇଥାଏ । ବ୍ୟାଙ୍କ ଠାରୁ ଆରମ୍ଭ କରି ଏହି ସମସ୍ତ ଆର୍ଥିକ ସଂସ୍ଥାକୁ ବ୍ୟାଙ୍କ ଠାରୁ ଲାଇସେନ୍ସ ମିଳିଥାଏ । ତେବେ ଲୋନ୍ ଦେଉଥିବା ସମସ୍ତ ସଂସ୍ଥା ଋଣ ଗ୍ରହୀତାଙ୍କ ଠାରୁ ସୁଧ ଆଦାୟ କରିଥାଏ । ଏହି ସୁଧ ମଧ୍ୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସମୟେ ସମୟେ ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ବ୍ୟାଙ୍କ ବ୍ୟତିତ ଦେଶରେ ବହୁ ଲୋକ ମଧ୍ୟ ସୁଧରେ ପଇସା କାରବାର କରିଥାନ୍ତି ।
ଲାଇସେନ୍ସ ନେବା ଅନିବାର୍ଯ୍ୟ :
ଆମ ଦେଶରେ ଏପରି ବହୁ ଗରିବ ଓ ଅସହାୟ ଲୋକ ଏବେ ବି ରହିଛନ୍ତି ଯେଉଁମାନେ ସହଜରେ ବ୍ୟାଙ୍କ ପର୍ଯ୍ୟନ୍ତ ଯାଇ ପାରନ୍ତି ନାହିଁ । ବ୍ୟାଙ୍କରେ ବି ବିଭିନ୍ନ କାରଣରୁ ଏମାନଙ୍କୁ ଋଣ ମିଳି ନଥାଏ । ଫଳରେ ସେମାନେ ଗାଁ କିମ୍ବା ସହରରେ ଥିବା ସାହୁକାରମାନଙ୍କ ଠାରୁ ସୁଧ ବଦଳରେ ଟଙ୍କା ଆଣିଥାନ୍ତି । କିନ୍ତୁ ଏହି ସୁଧ କାରବାର କରିବା ପୂର୍ବରୁ ଲାଇସେନ୍ସ ନେବା ଅନିବାର୍ଯ୍ୟ ହୋଇଥାଏ । କିନ୍ତୁ ଆମ ଦେଶରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ବିନା ଲାଇସେନ୍ସରେ ସୁଧ କାରବାର କରୁଛନ୍ତି । କିନ୍ତୁ ଏହାଦ୍ୱାରା କଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା ।
ସୁଧ କାରବାର କରିବା ଲାଗି ମନି ଲେଣ୍ଡିଂ ଆକ୍ଟ ଜରିଆରେ ସରକାରୀ ସଂସ୍ଥାରୁ ଲାଇସେନ୍ସ ନେବାକୁ ହୋଇଥାଏ । ଏହି କାମ ଲାଗି ବହୁ ରାଜ୍ୟରେ ସାହୁକାର ଆଇନ ବି ରହିଛି । ଏହା ଅଧୀନରେ ପ୍ରାଧିକୃତ ସଂସ୍ଥା ସୁଧ ବଦଳରେ ଟଙ୍କା ଦେଣନେଣ କାରବାର କରୁଥିବା ବ୍ୟକ୍ତିଙ୍କୁ ଲାଇସେନ୍ସ ଦେଇଥାନ୍ତି । ଆପଣ ସୁଧ ନେଇ ଟଙ୍କା ବାଣ୍ଟିବାକୁ ଚାହୁଁଥିଲେ ଲାଇସେନ୍ସ ନେବା ଅନିବାର୍ଯ୍ୟ । କାରଣ ବିନା ଲାଇସେନ୍ସରେ ଟଙ୍କା କାରବାର କରିବା ବେଆଇନ ।
କିପରି ମିଳିଥାଏ ଲାଇସେନ୍ସ:
ସୁଧ କାରବାର କରିବା ପୂର୍ବରୁ ରାଜ୍ୟରେ ଏ ସମ୍ବନ୍ଧିତ ସଂସ୍ଥା ସହ ଯୋଗାଯୋଗ କରି ଆବେଦନ କରିବା ଜରୁରୀ । ବିଭିନ୍ନ ରାଜ୍ୟରେ ଏଥିଲାଗି ବ୍ୟବସ୍ଥା ରହିଛି । ସବୁଠାରୁ ଜରୁରୀ କଥା ହେଉଛି ଯେଉଁ ଲୋକଙ୍କୁ ଏହି ଲାଇସେନ୍ସ ମିଳିଥାଏ ତାକୁ ଏକ ନିର୍ଦ୍ଧାରିତ ଓ ସହଜ ହାରରେ ସୁଧ ନେବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ଯଦି କେହି ଲାଇସେନ୍ସ ନେବା ପରେ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ସୁଧ ନିଏ ତେବେ ତାକୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥାଏ । ଲାଇସେନ୍ସ ନେବା ପରେ ପ୍ରତି ବର୍ଷ ବ୍ୟକ୍ତିକୁ ସୁଧରେ ଦେଇଥବା ଟଙ୍କା ସମ୍ବନ୍ଧିତ ଏକ ହିସାବ ସଂସ୍ଥାକୁ ଦେବାକୁ ପଡିଥାଏ । ଏହିପରି ଭାବରେ ଲାଇସେନ୍ସ ନେଇ କୌଣସି ବ୍ୟକ୍ତି ଘରୋଇ ଭାବରେ ସୁଧ ନେଇ ଟଙ୍କା କାରବାର କରିପାରିବ ।
ଆଗ୍ରିମେଣ୍ଟ ପେପର ତିଆରି କରନ୍ତୁ:
ଧୂର୍ତ୍ତ ସୁଧଖୋର ବ୍ୟକ୍ତିଙ୍କ ଠାରୁ ବଞ୍ଚିବା ଲାଗି ଖାଲି ଷ୍ଟାମ୍ପ ପେପର କିମ୍ବା ଖାଲି ଚେକ୍ରେ ସାଇନ୍ କରନ୍ତୁ ନାହିଁ । ଋଣ ଗ୍ରହୀତା ଋଣଦାତାଙ୍କ ସହ ଏକ ଏଗ୍ରୀମେଣ୍ଟ କରିବା ଉଚିତ, ଯେଉଁଥିରେ ମୂଳ ରାଶି ଓ ସୁଧ ହାର ସ୍ପଷ୍ଟ ଭାବରେ ଉଲ୍ଲେଖ ଥିବା ଉଚିତ । ଆଗ୍ରିମେଣ୍ଟ ସତ୍ତେ୍ୱ ବି ଯଦି କେହି ବ୍ୟକ୍ତି ମନମୁତାବକ ସୁଧ ଆଦାୟ କରିଥାଏ ତେବେ ଏହା ବିରୁଦ୍ଧରେ ଋଣ ଗ୍ରହୀତା ଏଫଆଇଆର୍ ଦାଖଲ କରିପାରିବ ।

Get real time updates directly on you device, subscribe now.