fbpx

ହଠାତ୍ ସାପ ଦେଖିଲେ ପିଟିକି ମାରି ଦେଉଛନ୍ତି କି ? ଆପଣଙ୍କ ନାଁରେ ଏଫଆଇଆର ହୋଇପାରେ

ନୂଆଦିଲ୍ଲୀ : ହଠାତ୍ ସାପ ଦେଖିଲେ କ’ଣ କରିବେ । ଭୟବୀତ ହୋଇଯିବେ ବା ଛନିଆ ହୋଇଯିବେ । ଭୟବୀତ ହୋଇ ଆପଣ ସାପଟିକୁ ପିଟି ପିଟି ମାରିଦେବେ । ମଲା ସାପକୁ ରାସ୍ତାକଡକୁ ଫିଙ୍ଗି ଦେବେ ନହେଲେ ଜାଳି ଦେବେ । କିନ୍ତୁ ଏମିତି କରିବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ଏଥିପାଇଁ ଆପଣଙ୍କୁ ଥାନା, କୋର୍ଟ କଚେରୀ ଯିବାକୁ ପଡିପାରେ ।

ପୂର୍ବରୁ କୁକୁର ଏବଂ ମୂଷାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପଶୁ ପ୍ରେମୀ ସଂସ୍ଥା ତରଫରୁ ସେମାନଙ୍କ ବିରୋଧରେ ଥାନାରେ ଏଫଆଇଆର ହୋଇଛି । ପୋଲିସ ମାମଲା ରୁଜୁ କରି ଗିରଫ ମଧ୍ୟ କରଛି । ନିକଟ ଅତୀତରେ ସେଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ସେହି ପରିପ୍ରେକ୍ଷୀରେ ଯଦି ଆପଣ ସାପକୁ ମଧ୍ୟ ହତ୍ୟା କରୁଛନ୍ତି ତେବେ ଆପଣ ଗିରଫ ମଧ୍ୟ ହୋଇପାରନ୍ତି । ଆପଣଙ୍କ ବିରୋଧରେ ଏଫଆଇଆର ଏବଂ ମାମଲା ରୁଜୁ ମଧ୍ୟ ହୋଇପାରେ ।

ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କିଛି ଯୁବକ ବା ଏକ ଯୁବକ ଗୋଷ୍ଠୀ ଗୋଟିଏ ସାପକୁ ପିଟିପିଟି ହତ୍ୟା କରିଥିଲେ । ତାହାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ । ବନବିଭାଗ କର୍ମଚାରୀ ସେହି ଯୁବକ ଗୋଷ୍ଠୀ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ କରିଛନ୍ତି । ପୋଲିସ ମଧ୍ୟ ସେମାନଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.