fbpx
BJD
BJD SKY
BJD SKY

୬୦,୦୦୦ରୁ ନିମ୍ନକୁ ଖସିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନା ରେଟ୍ ସ୍ଥିର ରହିଥିଲା । ପରେଏହାର ପ୍ରତି ୧୦ ଗ୍ରାମର ମୂଲ୍ୟ ୬୦ ହଜାରକୁ ଖସି ଆସଥିଲା । ଗତ ମାସରେ ସୁନାର ଚାହିଦା ବେଶ୍ ଅଧିକ ରହିଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବେଶ୍ ଭଲ ସୁନା ବିକ୍ରୀ ହୋଇଛି । ଗତ ମାସ ଆରମ୍ଭରେ ସୁନା ରେଟ୍ ପ୍ରତି ୧୦ ଗ୍ରାମକୁ ୬୧,୮୦୦ଟଙ୍କାରେ ପହଞ୍ôଚ ଯାଇଥିଲା । କିନ୍ତୁ ଏବେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ହ୍ରାସ ପାଇ ୫୫,୬୦୦ ଟଙ୍କାରେ ପହଞ୍ଚିଛି ।
ବଜାର ବିଶ୍ଲେଷକଙ୍କ ମତ ଅନୁଯାୟୀ ଗ୍ରୀଷ୍ମ ଋତୁ ସୁନା କାରବାର ଦିଗରେ ଏକ ଦୂର୍ବଳ ସମୟ ହୋଇଥାଏ । ଅନ୍ୟପକ୍ଷରେ ଏହାର ଚାହିଦା ବୃଦ୍ଧି ପାଇଁ ନିକଟ ଭବିଷ୍ୟତରେ କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ବି ନାହିଁ । ଏହା ସହିତ ବିଶ୍ୱ ଇକ୍ୱିଟି ବଜାରରେ ମଧ୍ୟ ଦାମୀ ଧାତୁକୁ ସୁରକ୍ଷିତ କିଣିବା ଲାଗି ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ସହଜ କରିଦିଆଯାଇଛି । ତେବେ ଆମେରିକା ଫେଡେରାଲର ଆଗାମୀ ବୈଠକ ପୁନର୍ବାର ସୁନା ମୂଲ୍ୟକୁ ପ୍ରଭାବିତ କରିପାରେ ।

Get real time updates directly on you device, subscribe now.