fbpx
BSKY
BJD MC SKY
BJD MS SKY

ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର: ଚାଲିଗଲା ମା’ ପୁଅଙ୍କ ଜୀବନ

ବାଲେଶ୍ୱର: ବିଦ୍ୟୁତ ଆଘାତରେ ଜୀବନ ହରାଇଲେ ମା’ ପୁଅ। ଏଭଳି ଏକ ଅଭାବନୀୟ ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଖାଇରା ଅନ୍ତର୍ଗତ ନାହୁଲ ଗ୍ରାମରେ। ଘର ନିର୍ମାଣ ପାଇଁ ରଖିଥିବା ଲୁହା ରଡ୍‌ ଉପରେ ତାର ଛିଡ଼ି ପଡିବାରୁ ଏପରି ଘଟଣା ଘଟିଛି। କୌଣସି କାରଣ ବଶତଃ ଦୁହେଁ ଲୁହ ରଡ ନିକଟକୁ ଆସି ଯାଇଥିଲେ କିନ୍ତୁ ସେମାନେ ଜାଣି ନଥିଲେ ଏହା ସେମାନଙ୍କର ପ୍ରାଣବାୟୁକୁ ଉଡାଇନେବ ବୋଲି। ତେବେ କିପରି ବିଦ୍ୟୁତ ସର୍ଭିସ ତାର ଛିଡ଼ି ପଡ଼ିଥିଲା ସ୍ପଷ୍ଟ ହୋଇ ପାରିନି।

ଖବର ମୁତାବକ ୪୮ ବର୍ଷ ବୟସ୍କ ତିଳୋତ୍ତମା ଦାସ ଓ ୨୮ ବର୍ଷବୟସ୍କ ପୁଅ ରାମଚନ୍ଦ୍ର ଦାସ ଶନିବାର ଘର ନିକଟ ବାଡିକୁ ଯିବା ରାସ୍ତାରେ ପଡ଼ିଥିବା ରଡ଼ ଉପରେ ବିଦ୍ୟୁତ ତାର ଛିଣ୍ଡିପଡିଥିଲା । ସେହି ରଡ୍ ସଂସ୍ପର୍ଶରେ ମା’-ପୁଅ ୨ ଜଣ ଆସିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ତାଙ୍କ ସାନ ଝିଅ ଘରେ ଉପସ୍ଥିତ ଥିଲେ। ଖବର ପାଇ ଖଇରାରେ ଥିବା ପୂର୍ଣ୍ଣଚନ୍ଦ୍ର ଆସି ତୁରନ୍ତ ମା’ ଓ ପୁଅ ଦୁଇଜଣଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁବିଦ୍ୟୁତ ବିଭା ବି ଗର ମନମୁଖି କାର୍ଯ୍ୟ ପାଇଁଦୁଇଟି ଜୀବନ ଚାଲିଯାଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.