fbpx

ପାରିବାରିକ କଳହର କରୁଣ ପରିଣତି : ୫ବର୍ଷର ପୁଅକୁ ମାରିଦେଲା ବାପା

ରାଉଲକେଲା :ରାଗ ସବୁ ବେଳେ ଅନ୍ଧ ହୋଇଥାଏ । ରାଗ ସମୟରେ ମଣିଷ ତାର ନିଜ ଉପରେ କାବୁ କରିପାରେ ନାହିଁ । ସେହି ସମୟରେ ମଣିଷ କିଛି ନା କିଛି ଭୁଲ କରିଥାଏ । ଏହି ଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜର ସାଧାରଣ ବାପାର ମାନବିକତା ଭୁଲିଯାଇଛି । ରାଉଲକେଲାର ସୀତାପଡା ବସ୍ତିରେ ଏକ ଦମ୍ପିତଙ୍କ ମଧ୍ୟରେ କଳହ ସୃଷ୍ଟି ହେବା ଯୋଗୁଁ ୫ବଷର୍ର ପୁଅକୁ ହତ୍ୟା କରିଥିଲା ବାପା ।

ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣଙ୍କର ତାଙ୍କ ସ୍ତ୍ରୀ ସହିତ ଝଗଡା ଲାଗିରହିଥିଲା ।ଏଥି ଯୋଗୁଁ ତାଙ୍କ ସ୍ତ୍ରୀ ଘର ଛାଡି ଅନ୍ୟତ୍ର ରହୁଥିଲେ । ଏହି କାରଣରୁ ସେମାନଙ୍କ ମଧ୍ୟରେ ସଂପର୍କ ଅଧିକ ବିଗିଡିଥିଲା । ଯାହାଫଳରେ ବ୍ୟକ୍ତି ଜଣଙ୍କ ରାଗି ଯାଇ ନିଜ ୫ବର୍ଷର ପୁଅକୁ ହତ୍ୟା କରି ଝୁଲାଇ ଦେଇଛନ୍ତି ।

ଏହା ପରେ ପଡିଶାଘର ଲୋକମାନେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବର ବ୍ୟବଛେଦ ପାଇଁ ପଠାଇଥିଲେ । ଅଧିକ ତଦନ୍ତ ପାଇଁ ହତ୍ୟାକାରୀକୁ ଗିରଫ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.