fbpx
BJD SKY
BJD SKY

ଅଚାନକ ହୃଦଘାତର ମିଳିପାରବ ଆଗୁଆ ସୂଚନା, ବିଶ୍ୱର ନାମୀ ବିଶେଷଜ୍ଞଙ୍କୁ ନେଇ ଆଇଆଇଟି କାନପୁର କରୁଛି ରିସର୍ଚ୍ଚ

BJD

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଦେଶରେ ଅଚାନକ ହୃଦଘାତରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ଫିଲ୍ମଷ୍ଟାର ଏପରି ଅଚାନକ ହୃଦଘାତର ଶିକାର ହୋଇ ଅକାଳରେ ଝଡି ପଡିଛନ୍ତି । ନିକଟରେ ଜଣେ ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ମଧ୍ୟ ହୃଦଘାତରେ ପ୍ରାଣ ହରାଇଛନ୍ତି । ଲୋକମାନେ ଖେଳୁଥିବା ସମୟରେ, ନାଚୁଥିବା ସମୟରେ ମଧ୍ୟ ହୃଦଘାତର ଶିକାର ହୋଇ ସେହି ସ୍ଥାନରେ ଟଳି ପଡୁଛନ୍ତି । ଆଇଆଇଟି କାନପୁର ଏବେ ଏପରି କାହିଁକି ହେଉଛି ତାହା ଉପରେ ରିସର୍ଚ୍ଚ ଆରମ୍ଭ କରିଛି । ସାରା ଦେଶରେ ବିଭିନ୍ନ ସ୍ଥାନରେ ହେଉଥିବା ଏପରି ମାମଲାକୁ ଆଖି ଆଗରେ ରଖି ଆଇଆଇଟି ଏହା ଉପରେ ଗଭୀର ଅଧ୍ୟୟନ କରିବ । ଏଥିପାଇଁ ଆଇଆଇଟି କାନପୁର ବିଶ୍ୱର ସୁନାମଧନ୍ୟ ବିଶେଷଜ୍ଞମାନଙ୍କୁ ଏହି ରିସର୍ଚ୍ଚରେ ସାମିଲ ହେବାକୁ ଆମନ୍ତ୍ରଣ କରିଛି । ବିଶ୍ୱର ସମସ୍ତ ହୃଦରୋଗ ବିଶେଷଜ୍ଞ ମିଳିମିଶି ଏହି ଘାତକ ହୃଦରୋଗରୁ ଜୀବନ ରକ୍ଷା କରିବାର ବାଟ ଖୋଜି ବାହାର କରିବେ ବୋଲି ଆଶା କରାଯାଉଛି ।

ଆଇଆଇଟି କାନପୁରର ଗଙ୍ଗୱାଲ ସ୍କୁଲ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜିରେ ଏହାକୁ ନେଇ ରିସର୍ଚ୍ଚ ଆରମ୍ଭ ହେବ । ଏହି ରିସର୍ଚ୍ଚ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଶ୍ୱର ନାମୀଦାମୀ ଡାକ୍ତର ଓ ବିଶେଷଜ୍ଞଙ୍କ ସହିତ ଇଂଜିନିୟରିଂ ଓ ବିଜ୍ଞାନର କୌଣସି ବି ବିଭାଗରେ ପିଏଚଡି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ବହୁ ବଡ ବଡ ମେଡିକାଲ୍ ସଂସ୍ଥା ମଧ୍ୟ ଏହି ଗବେଷଣାରେ ଆଇଆଇଟି କାନପୁରକୁ ସହଯୋଗ କରିବେ ।
ରିସର୍ଚ୍ଚର ଉଦ୍ଦେଶ୍ୟ ଅଚାନକ ହୃଦଘାତ କାହିଁକି ହେଉଛି ସେ ବିଷୟରେ ସୂଚନା ପ୍ରାପ୍ତ କରିବା । ଏହାଦ୍ୱାରା ଏପରି ସିଷ୍ଟମ ତିଆରି କରାଯାଇପାରିବ ଯାହା ପୂର୍ବରୁ ଏ ବିଷୟରେ ସୂଚନା ଦେବ ଫଳରେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । ଏହି ରିସର୍ଚ୍ଚରେ ବିଶେଷଜ୍ଞ ଏମଆରଆଇ ଓ ଇସିଜି ଡାଟା ଆଧାରରେ କାର୍ଡିଓ ଇଲେକ୍ଟ୍ରୋଫିଜିଓଲଜି ସିମୁଲେଟରର ପ୍ରୟୋଗ କରିବେ ।

 

Get real time updates directly on you device, subscribe now.