fbpx

ଆସନ୍ତା ୧୭ରେ ଓଡିଶା ଆସିବେ ଅମିତ ଶାହା ; ଢେଙ୍କାନାଳର ମହାଜନସମ୍ପର୍କରେ ସାମିଲ ହେବେ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଦିନିକିଆ ଓଡିଶାଗସ୍ତରେ ଆସିବେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା । ଏଥର ଗସ୍ତରେ ସେ ଢେଙ୍କାନାଳ ଯିବାର କାର୍ଯ୍ୟକ୍ରମ ରହିଛି । ଢେଙ୍କାନାଳର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେବେ । ଢେଙ୍କାନାଳରୁ ଏହି ମହାଯାତ୍ରା ଆରମ୍ଭ ହେବ । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକି ରହିଥିବାବେଳେ ରାଜନୀତିରେ ଅଙ୍କକଶା ଆରମ୍ଭ ହୋଇଗଲାଣି । ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ କସରତ କରାଯାଉଛି । ଢେଙ୍କାନାଳ ଓ ସମ୍ବଲପୁର ଏବେ ବଜେପି ଟାର୍ଗେଟରେ ରହିଛି । ତେଣୁ ଆସନ୍ତା ୧୭ରେ ଦିନିକିଆ ଗସ୍ତରେ ଆସି ଅମିତ୍ ଶାହା ମହାଜନସମ୍ପର୍କ ଅଭିଯାନରେ ସାମିଲ ହେବେ । ଅମିତ୍ ଶାହା ବିଜେପି କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ ବରିଷ୍ଠ କର୍ମୀଙ୍କ ସହ ଆଲୋଚନା କରି ସେହି ଦିନ ଫେରିଯିବେ । ଅମିତ୍ ଶାହାଙ୍କ ପରେ ଜେପି ନଡ୍ଡା ଏବଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ରହିଛି ।

Get real time updates directly on you device, subscribe now.