fbpx
BJD SKY
BJD SKY

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅଧିକ ଘନୀଭୂତ ହେଉଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’: ଆଲର୍ଟରେ ୪ ରାଜ୍ୟ, ଘଣ୍ଟା ପ୍ରତି ୫୦-୬୦ ବେଗରେ ପବନ

BJD

ନୂଆଦିଲ୍ଲୀ : ବଳ ଗୋଟାଉଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଅଧିକ ଘନୀଭୂତ ହୋଇ ଉ-ଉତ୍ତରପଶ୍ଚିମକୁ ଗତି କରୁଛି । ସୂଚନା ମୁତାବକ, ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଭାରତ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ଗୁଜରାଟର ସୁରଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଡୁମାସ ଏବଂ ସୁଭାଲିରେ ଉଚ୍ଚ ଜୁଆର ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଜୁନ ୧୪ ପର୍ଯ୍ୟନ୍ତ ବନ୍ଦ ରହିଛି। ଅନେକ ସ୍ଥାନରେ ପ୍ରବଳ ପବନ ବୋହିବା ଆରମ୍ଭ କରିଦେଲାଣି।

ଦେଶର ୪ଟି ରାଜ୍ୟରେ ଆଗାମୀ ୩୬ଘଣ୍ଟା ମଧ୍ୟରେ ‘ବିପର୍ଯ୍ୟୟ’ର ପ୍ରଭାବ ପଡିପାରେ। ଦକ୍ଷିଣ ଆରବ ସାଗରର ଆଖପାଖ ଅଞ୍ଚଳରେ ୫୦-୬୦କିଲୋମିଟର ବେଗରେ ପବନ ବହୁଛି। କର୍ନାଟକ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସତର୍ତ ଜାରି କରାଯାଇଛି। ଏହି କାରଣରୁ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ କେରଳ, କର୍ନାଟକ ଏବଂ ଲକ୍ଷ୍ମାଦ୍ୱୀପ ଉପକୂଳରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

ଅନ୍ୟପଟେ ପର୍ଯ୍ୟଟକଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ଏବଂ ସମୁଦ୍ର କୂଳକୁ ଯିବାକୁ ବାରଣ କରାଯାଇଛି। ଏହା ସହିତ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Get real time updates directly on you device, subscribe now.