fbpx

ଛୁଆଙ୍କୁ ଖେଳ କୁଦ, ନାଚ ଗୀତ କରିବାକୁ ଦିଅ – ହାଇକୋର୍ଟ ଅର୍ଡର

ନୂଆଦିଲ୍ଲୀ : ଖାଲି ପାଠ ପଢା ଯଥେଷ୍ଟ ନୁହେଁ । ପିଲାମାନଙ୍କୁ ଖେଳ କୁଦ କରିବାକୁ ଦିଅ, ନାଚ ଗୀତ କରିବାକୁ ଦିଅ । ଆଜି କେରଳ ହାଇକୋର୍ଟ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆଧାରରେ ସ୍କୁଲର ୧୪ ବର୍ଷରୁ ଅଧିକ ବୟସ ଛାତ୍ରଛାତ୍ରୀଙ୍କ ପାଇଁ ଭେକେସନ୍ କ୍ଲାସ ପାଇଁ ମିଳିଥିବା ଅନୁମତି ଅଣଦେଖା କରାଯିବାରୁ କେରଳ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଏକ ବ୍ୟସ୍ତ ବହୁଳ ଶିକ୍ଷା ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ବ୍ରେକ୍ ର ଆବଶ୍ୟକତା ରହିଛି । ସେଥିପାଇଁ ପିଲାମାନଙ୍କୁ ଗ୍ରୀଷ୍ମ ଛୁଟି ଦିଆଯାଇଥାଏ । ଛାତ୍ରଛାତ୍ରୀମାନେ ଛୁଟିର ଆନନ୍ଦ ନିଅନ୍ତୁ ଏବଂ ନୂତନ ଶିକ୍ଷା ବର୍ଷ ପାଇଁ ପ୍ରସ୍ତୁତ ହେବା ପାଇଁ ସମର ଭେକେସନ୍ ଦି÷ଆଯାଇଥାଏ ବୋଲି କେରଳ ହାଇକୋର୍ଟ କହିଛନ୍ତି ।

କୋର୍ଟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ହଲି ଡେ ପରେ ଛାତ୍ରଛାତ୍ରୀ ପାଠପଢାରେ ଅଧିକ ଫୋକସ୍ କରନ୍ତି । ଏକ୍ସଟ୍ରାକରିକୁଲମ ଆକ୍ଟିଭିଟି ଛାତ୍ରଛାତ୍ରୀଙ୍କ ଅନ୍ୟଗୁଡିଏ ମହତ୍ତ୍ୱକାଂକ୍ଷକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ, ଯାହା କେବଳ ପାଠପଢା ମଧ୍ୟମରେ ପୂରଣ ହେବା ସମ୍ଭବ ନୁହେଁ । ତେଣୁ ଏକ ନୂତନ ଶିକ୍ଷା ବର୍ଷ ପୂର୍ବରୁ ପିଲାମାନେ ହଲି ଡେ ର ମଜା ନିଅନ୍ତୁ । ନିଜ ପରିବାର, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ବୁଲା ବୁଲିରେ ଯାଆନ୍ତୁ । ଯାହା ସେମାନଙ୍କ ମାନସିକକୁ ଆରାମ ଦେଇଥାଏ । ଛତ୍ରଛତ୍ରୀଙ୍କ ପାଇଁ ଖାଲି ପାଠପଢା ଯଥେଷ୍ଟ ନୁହେଁ । ନାଚିବାକୁ ଦିଅ, ଗୀତ ଗାଇବାକୁ ଦିଅ, ସେମାନଙ୍କ ମନ ପସନ୍ଦ ଅନୁଯାୟୀ ଖାଦ୍ୟ ଖାଇବାକୁ ଦିଆଯିବା ଉଚିତ୍ । କେବଳ ସେତିକି ନୁହେଁ ସେମାନଙ୍କ ମନପସନ୍ଦ ଟିଭି ଶୋ ମଧ୍ୟ ଦେଖିବାକୁ ଦିଆଯିବା ଉଚିତ୍ । ମନ ପସନ୍ଦ ଖେଳ ଫୁଟବଲ୍, କ୍ରିକେଟ ଆଦି ମଧ୍ୟ ଖେଳିବାକୁ ଦିଆଯିବା ଉଚିତ୍ । ଏହା ସହ ପରିବାର ଲୋକଙ୍କ ସହ ମଧ୍ୟ ଯାତ୍ରାର ମଜା ନେବା ଉଚିତ୍ ।

Get real time updates directly on you device, subscribe now.