fbpx

ପୁଣି ଆସିଲା ଦୁଃଖ ଖବର: ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସୁବାଷ ତିୱାରୀଙ୍କ ପରଲୋକ

ନୂଆଦିଲ୍ଲୀ: ଗତ ୩ ଦିନ ମଧ୍ୟରେ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ୬ ଜଣ ବ୍ୟକ୍ତିବିଶେଷଙ୍କର ମୃତ୍ୟ ଘଟିଲାଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ, ସାଉଥ ଅଭିନେତା ଶରତ ବାବୁ, ପପୁଲାର ଟିଭି ଟିଭି ସିରିୟଲ ‘ସାରାଭାଈ ଭର୍ସେସ ସାରାଭାଈ’ର ଫେସ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ, ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ନିତେଶ ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଏହା ମଧ୍ୟରେ ପୁଣି ସିନେ ଜଗତରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ତିୱାରୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ସୁବାଷଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ଏକ ଫିଲ୍ମର ଶୁଟିଂ ପାଇଁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶର ଏକ ହୋଟେଲରୁ ସୁବାଷଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୁବାଷଙ୍କ ମୃତ୍ୟୁକୁ ନେଇ ଫିଲ୍ମ ଜଗତ ସହ ଜଡ଼ିତ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

ନିଜର ଫିଲ୍ମ ‘ଦୋ ଦିଲ ବନେ୍ଧ ଏକ ଡୋରି ସେ’ର ଶୁଟିଂ ପାଇଁ ସୁବାଷ ଉତ୍ତରପ୍ରଦେଶ ଯାଇଥିଲେ । ଏହି ଅବସରରେ ସେ ୪ ଜଣ ସଦସ୍ୟଙ୍କ ସହିତ ହୋଟେଲ ତିରୁପତିରେ ରହିଥିଲେ । ହୋଟେଲ ଷ୍ଟାଫ ରୁମ ଖୋଲିବା ବେଳକୁ ସୁବାଷଙ୍କର ମୃତଦେହ ହୋଟେଲରୁ ମିଳିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୁମ ଖୋଲିବା ସହିତ ଶବ ଜବତ କରିଥିଲା । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.