fbpx

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଅମିତ ଶାହାଙ୍କୁ ରକ୍ତରେ ଚିଠି

ନୂଆଦିଲ୍ଲୀ, ୧୫ା୧୨: ନିର୍ଭୟା ଦୋଷୀଙ୍କୁ ନିଜେ ଘାତକ ସାଜି ଫାଶୀ ଖୁଣ୍ଟରେ ଝୁଲାଇବାକୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏହିପରି ଚିଠି ଲେଖିଛନ୍ତି ଅନ୍ତର୍ଜାତୀୟ ସୁଟର ବର୍ତ୍ତିକା । ଦୋଷୀଙ୍କୁ ମୋ ଦ୍ୱାରା ଫାଶୀ ଖୁଣ୍ଟରେ ଝୁଲାଇବାକୁ ଅନୁମତି ମାଗିଛନ୍ତି । ସମର୍ଥନ ଦେବାକୁ ସମସ୍ତ ଅଭିନେତ୍ରୀ ଓ ମହିଳା ସାଂସଦଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଜଣେ ମହିଳା ଘାତକ ସାଜି ଏହା କଲେ ଉଦାହରଣ ସୃଷ୍ଟି ହେବ ବୋଲି ବର୍ତ୍ତିକା ସିଂହ କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ୧୬ ଡିସେମ୍ବର ୨୦୧୨ ଦିନ ନିର୍ଭୟା ପୀଡିତା ଏକ ଚଳଚ୍ଚିତ୍ର ଦେଖି ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକା ଠାରୁ ଦ୍ୱାରକାସ୍ଥ ଘରକୁ ଫେରୁଥିଲେ । ସେହି ସମୟରେ ବସଟିରେ ସେହି ବସର କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ଅନ୍ୟ କେହି ନ ଥିଲେ । ଏହାର ସୁଯୋଗ ନେଇ ଛଅଜଣ ଅପରାଧୀ ପୀଡିତା ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ । ଏଥିରେ ପୀଡିତାଙ୍କ ପୁରୁଷ ବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏପରିକି ଚଳନ୍ତା ବସରେ ସେମାନେ ପୀଡିତାଙ୍କୁ ସାମୁହିକ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ । ନିର୍ଯ୍ୟାତନା ସହି ନ ପାରି ପୀଡିତା ଅଚେତ ହୋଇପଡିଲେ । ପରିଶେଷରେ ସେମାନେ ପୀଡିତା ଏବଂ ତାଙ୍କ ବନ୍ଧୁଙ୍କୁ ଦକ୍ଷିଣ ଦିଲ୍ଲୀସ୍ଥ ମହିପାଳପୁର ନିକଟସ୍ଥ ବସନ୍ତ ବିହାର ଅଞ୍ଚଳରେ ବସରୁ ତଳକୁ ଫୋପାଡିଦେଇ ଚାଲିଯାଇଥିଲେ ।

Get real time updates directly on you device, subscribe now.