fbpx

ସବୁ ବିଭାଗର ମୁଖ୍ୟଙ୍କୁ ଅର୍ଥ ବିଭାଗର ଚିଠି

ଭୁବନେଶ୍ୱର,୨୯ ।୨(ଓଡିଶା ଭାସ୍କର): ସବୁ ବିଭାଗର ମୁଖ୍ୟଙ୍କୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଅର୍ଥ ସଚିବ ଅଶୋକ ମୀନା ଏହି ଚିଠି ଲେଖିଛନ୍ତି । ତେବେ ଚିଠିରେ ଉଲ୍ଲେଖ ରଖିଛି କି, ଏଣିକି ବିନା ଅନୁମତିରେ ଟ୍ରେଜେରିରୁ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇପାରିବ ନାହିଁ । ଟଙ୍କା ଟ୍ରାନ୍ସଫର କରିବାକୁ ହେଲେ ଅନୁମତି ନେବାକୁ ପଡିବ । ଅନୁମତି ନନେଇ ଟଙ୍କା ଟ୍ରାନ୍ସଫର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

ତେବେ ମାର୍ଚ୍ଚ ୧୩ ସୁଦ୍ଧା ସବୁ ବିଭାଗର ଖର୍ଚ୍ଚ ଦାବି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷର ଖର୍ଚ୍ଚ ଦାବି ପଠାଇବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.