fbpx
BSKY
BJD SHG SKY
BJD YOUTH SKY

 LG ଲଞ୍ଚ କଲା ବିଶ୍ୱର ପ୍ରଥମ ୱାୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି, ଆଗ ଓ ପଛ ଦୁଇ ପଟୁ ଦେଖିପାରିବେ

ନୂଆଦିଲ୍ଲୀ: ଏବେ ଆମେରିକାର ଲସ୍ ଭେଗାସ୍‌ରେ ଆୟୋଜିତ ହେଉଛି କନଜ୍ୟୁମର ଇଲେକ୍ଟ୍ରୋନିକ୍ ଶୋ’ । ଏହି ଶୋ’ରେ ବହୁ ଆକର୍ଷଣୀୟ ପ୍ରଡକ୍ଟ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏପରି ଏକ ପ୍ରଡକ୍ଟ LG Signature OLED T ଲଞ୍ଚ କରିଛି । କମ୍ପାନୀ ବିଶ୍ୱର ପ୍ରଥମ ୱୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି ଲଞ୍ଚ କରିଛି, ଯାହା ଦେଖିବା ପରେ ଆପଣଙ୍କୁ ଲାଗିବ ନାହିଁ କି ଏହା ଏକ ଟିଭି ବୋଲି ।

କମ୍ପାନୀ ପ୍ରତିବର୍ଷ ଏହି ଶୋ’ରେ ଟିଭି ଲଞ୍ଚ କରିଥାଏ । କିନ୍ତୁ ଏଥର କିଛି ଖାସ୍ ରହିଛି । ଏହା ପୂର୍ବ ପରି ଟ୍ରାଡିସନାଲ ଟିଭି ନୁହେଁ ବରଂ କମ୍ପାନୀ ସ୍ୱଚ୍ଛ ଟିଭି OLED T  ଲଞ୍ଚ କରିଛି । ଏହା ବ୍ୟତିତ ସାମସଙ୍ଗ ମଧ୍ୟ ଏହାର ସ୍ୱଚ୍ଛ ଟିଭି ପ୍ରଦର୍ଶନ କରିଛି । ଏଲ୍‌ଜି କନଜ୍ୟୁମର ଇଲେକ୍ଟ୍ରୋନିକ ଶୋ’ ୨୦୨୪ରେ ଏହାର ଏମ୍ ଓ ଜି ସିରିଜ୍‌କୁ ଅପଡେଟ୍ କରିବା ସହିତ ପ୍ରଥମ ୱୟାରଲେସ୍ ଟ୍ରାନ୍ସପାରେଣ୍ଟ  ଟିଭି ପ୍ରଦର୍ଶନ କରିଛି । ଏହି ଟିଭି 4K ରିଜୋଲ୍ୟୁସନ ଓ ଏଲଜିର ୱୟାରଲେସ୍ ଅଡିଓ ଭିଡିଓ ଟେକ୍ନୋଲଜି ସହ ଆସିଥାଏ ।
ଏହି ଟିଭିରେ ଏକ କଣ୍ଟ୍ରାଷ୍ଟ ସ୍କ୍ରିନ୍ ଦିଆଯାଇଛି । ଆପଣ ଏହାକୁ କେବଳ ଏକ ବଟନ ଦବାଇ ବାହାରକୁ କିମ୍ବା ଭିତରକୁ ଆଣିପାରିବେ ।ଏହି ଟିଭି କମ୍ପାନୀର ଲାଟେଷ୍ଟ Alpha 11 AI  ପ୍ରୋସେସର ସହିତ ଆସୁଛି ଯାହା ପୂର୍ବ ଟିଭି ଅପେକ୍ଷା ୪ଗୁଣ ଅଧିକ ଭଲ ପ୍ରଦର୍ଶନ କରିବ ।

କମ୍ପାନୀ କହିଛି ଏହି ଏକ୍ସଟ୍ରା ପାୱାରରୁ ୭୦% ଭଲ ଗ୍ରାଫିକ୍ସ ପ୍ରଦର୍ଶନ ମିଳିବ । ଏହା ସହିତ ପ୍ରୋସେସିଂ ସ୍ପିଡ୍ ୩୦% ଭଲ ରହିବ । OLED T ମଡେଲ କମ୍ପାନୀର ଜିରୋ କନେକ୍ଟ ବକ୍ସ ସହ ଆସିଥାଏ । ଯାହା ପୂର୍ବ ବର୍ଷ M3 OLED  ସହିତ ପ୍ରଦର୍ଶନ କରାଯାଇଥିଲା । ଏହି ବକ୍ସ ଭିଡିଓ ଓ ଅଡିଓକୁ ୱୟାରଲେସ୍ ଉପାୟରେ ଟିଭିକୁ ପଠାଇଥାଏ । ଆପଣ ନିଜର ସମସ୍ତ ଷ୍ଟ୍ରିମିଂ ଡିଭାଇସ୍ ଓ ଗେମ୍ କନସୋଲକୁ ଏହି ବକ୍ସରେ ସଂଯୋଗ କରି ଟିଭିରେ ଦେଖିପାରିବେ । OLED Tମଡେଲ କମ୍ପାନୀର ଜିରୋ କନେକ୍‌ଟ ବକ୍ସ ସହ ଆସିଥାଏ ।

Get real time updates directly on you device, subscribe now.