fbpx

(Video) Yes Maam ନୁହେଁ ‘ଜୟ ଶ୍ରୀରାମ’… ସ୍କୁଲ Attendanceରେ ପିଲା ଦେଉଛନ୍ତି ଏଭଳି ଉତ୍ତର

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଅନୁଷ୍ଠିତ ହେବ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସାରା ଦେଶ ଏବେ ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇଯାଇଛି । ପ୍ରତ୍ୟେକ ସ୍ଥାନରେ ଜୟ ଶ୍ରୀରାମ ଧ୍ୱନି ଶୁଣିବାକୁ ମିଳୁଛି । ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ସ୍କୁଲ କ୍ଲାସରୁମରେ, ଯେଉଁଠି ଛାତ୍ରଛାତ୍ରୀ ଉପସ୍ଥାନରେ ‘ୟେସ୍ ମ୍ୟାମ୍’ କହିବା ପରିବର୍ତ୍ତେ କହୁଛନ୍ତି ଜୟ ଶ୍ରୀରାମ । ଶିକ୍ଷୟତ୍ରୀ ପିଲାଙ୍କ ନାମ ବା ରୋଲ୍ ନମ୍ବର ଡାକିଲେ ପିଲାଏ ଜୟ ଶ୍ରୀରାମ କହି ନିଜ ଉପସ୍ତାନ ଜଣାଉତିବାର ଏକ ଭିଡିଓ ଏବେ ଭାିରାଲ ମଧ୍ୟ ହେଉଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା ଶିକ୍ଷୟତ୍ରୀ ଶ୍ରେଣୀଗୃହରେ ପିଲାମାନଙ୍କ ଉପସ୍ଥାନ ନେଉଥିଲେ । ବ୍ଲାକବୋର୍ଡ ପାଖରେ ରହି ପିଲାମାନଙ୍କ ନାମ ଅନୁସାରେ ଉପସ୍ଥାନ ନେଉଥିଲେ ଏହି ଶିକ୍ଷୟତ୍ରୀ । ତେବେ ପିଲାମାନେ ଶିକ୍ଷୟତ୍ରୀଙ୍କ ଉପସ୍ଥାନକୁ ଅଜବ ପ୍ରକାରରେ ଉତ୍ତର ଦେଉଥିବା ଦେଖାଯାଇଛି । ସାଧାରଣତଃ ଉପସ୍ଥାନ ସମୟରେ ପିଲାମାନେ ୟେସ୍ ସାର କିମ୍ବା ୟେସ୍ ମ୍ୟାମ୍ କହି ନିଜ ଉପସ୍ଥାନ ଦର୍ଶାଇଥାନ୍ତି । କିନ୍ତୁ ଏଠାରେ ପିଲାମାନେ ଜୟ ଶ୍ରୀରାମ କହି ଉପସ୍ଥାନ ପକାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଶିକ୍ଷୟତ୍ରୀ ଯେଉଁ ପିଲାଙ୍କ ନାମ ଡାକୁଛନ୍ତି , ସେହି ପିଲା ଠିଆ ହୋଇ ଜୟଶୀରାମ କହୁଛନ୍ତି । ଶିକ୍ଷୟତ୍ରୀ ଜଣକ ମଧ୍ୟ ଏଥିରେ ପିଲାଙ୍କୁ ଆକଟ କରିନାହାନ୍ତି କିମ୍ବା ବାରଣ କରିନାହାନ୍ତି । ଏହଭଳି ଭାବରେ ସମସ୍ତ ପିଲାଙ୍କ ଆଟେଣ୍ଡାନ୍ସ ନେଇଛନ୍ତି ଶିକ୍ଷୟତ୍ରୀ ।

ତେବେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଏହି ଭିଡିଓ ପୋଷ୍ଟ ହେବା ପରେ ହଜାର ହଜାର ଲୋକ ଏହାକୁ ଦେଖି ସାରିଛନ୍ତି । ଅଧିକାଂଶ ଲୋକ ଏହାକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଥିବାର ଦେଖାଯାଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଏଭଳି ଏକ ଦୃଶ୍ୟକୁ ନେଇ ସ୍କୁଲ ଏବେ ଚର୍ଚ୍ଚାକୁ ଆସିଛି ।

Get real time updates directly on you device, subscribe now.