fbpx

ଏଲଜି ଲଞ୍ଚ କଲା ନିଆରା ମାସ୍କ: ମୂଲ୍ୟ ୧୫,୦୦୦ଟଙ୍କା

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତା ସହିତ ହ୍ରାସ ପାଉଛି ମାସ୍କର ବ୍ୟବହାର । କିନ୍ତୁ କମୁନି ମାସ୍କର ଦାମ । ୧୫ ଟଙ୍କାରେ ଦିନେ ମାସ୍କ ବିକ୍ରି ହେଉଥିବା ବେଳେ ଆଜି ଏହାର ଦାମ ପହଞ୍ଚିଛି ୧୫ ହଜାର ଟଙ୍କାରେ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ କଥାଟା ଏକଦମ ସତ । ଏମିତି ଏକ ମାସ୍କ ଲଞ୍ଚ ହୋଇଛି ଯାହାର ଦାମ ୧୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ତେବେ ଏହି ମାସ୍କକୁ ଲଞ୍ଚ କରିଛି ଏଲଜି କମ୍ପାନୀ । ଆସନ୍ତୁ ଜାଣିବା ଏହି ମାସ୍କ ବିଷୟରେ ।

ବିଭିନ୍ନ କମ୍ପାନୀ ଏହିଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏଲଜି ଏମିତି ଏକ ମାସ୍କ ତିଆରି କରିଛି । ଏଲଜି ପ୍ୟୁରିଫାୟାର ବ୍ରାଣ୍ଡିଂ ତରଫରୁ କମ୍ପାନୀ ଏକ ବିୟରେବୁଲ ଏୟାର ପ୍ୟୁରିଫାୟାର ଲଞ୍ଚ କରିଛି । କେବଳ କଳା ଏବଂ ଧଳା ରଙ୍ଗର ମାସ୍କ ହିଁ ଉପଲବ୍ଧ ରହିଛି । କମ୍ପାନୀ ଏହି ପ୍ରଡକ୍ଟର ମୂଲ୍ୟ ୧୪,୯୯୦ଟଙ୍କା ସ୍ଥିର କରିଛି । ଏଲଜି ର ଏହି ପ୍ୟୁରିଫାୟାର ମାର୍କେଟରେ ବିକ୍ରି ହେଉଥିବା ଅନ୍ୟ ମାସ୍କଗୁଡିକ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା । ଏଥିରେ ବିଭିନ୍ନ ପ୍ରକାର ହାଇଟେକ ଫିଚର ଉପଲବ୍ଧ ରହିଛି । ପ୍ରତି ମିନିଟରେ ଆପଣ କେତେଥର ନିଶ୍ୱାସ ପଶ୍ୱାସ ନେଇଛନ୍ତି ତାହା ସୂଚାଇ ପାରିବ ଏହି ମାସ୍କ । ଏହାବ୍ୟତୀତ ମାସ୍କରେ ବ୍ଲୁଟୁଥ କନେକ୍ସନ ମଧ୍ୟ ମିଳିପାରିବ । ଏହାଦ୍ୱାରା ଏଲଜି ଆପ ସହ ଏହାକୁ କନେକ୍ଟ କରି କଣ୍ଟ୍ରୋଲ କରିପାରିବେ । ଇନ-ବିଲ୍ଟ ମାଇକ ଏବଂ ସ୍ପିକର ଏଥିରେ ଉପଲବ୍ଧ ରହିଥାଏ । ଏହାଛଡା ଆହୁରି କିଛି ସ୍ପେଶାଲ ଫିଚର ମଧ୍ୟ ଏହି ମାସ୍କରେ ପାଇପାରିବେ ଗ୍ରାହକ ।

ତେବେ ୧୦,୦୦୦mAH ବ୍ୟାଟେରୀ ବିଶିଷ୍ଟ ଏହି ଗ୍ୟାଜେଟକୁ ଫୁଲ ଚାର୍ଜ ହେବା ପାଇଁ ୨ ଘଣ୍ଟା ସମୟ ଲାଗେ । ଏଥିରେ ଥିବା ମାଇକ ଏବଂ ସ୍ପିକରକୁ ମୋବାଇଲ ଦ୍ୱାରା ମଧ୍ୟ ଆପଣ କଣ୍ଟ୍ରୋଲ କରିପାରିବେ । ତେବେ ଏହି ସ୍ପେଶାଲ ମାସ୍କକୁ ଆପଣ ଏଲଜିର ଅଫିସିଆଲ ୱେବସାଇଟ ମାଧ୍ୟମରେ କିଣିପାରିବେ । ଏହି ମାସ୍କ ସହିତ ଏହାକୁ ଚାର୍ଜ କରିବା ପାଇଁ ଏକ କେସ ମଧ୍ୟ ଦେଉଛି କମ୍ପାନୀ ।

Get real time updates directly on you device, subscribe now.