fbpx

ବଢୁଛି ସେୟାର ମାର୍କେଟ ମୋହ, ୨ ଦିନରେ ଏଲ୍‌ଆଇସି ଆଇପିଓ ସମ୍ପୂର୍ଣ୍ଣ ବିକ୍ରି

Advertisement

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଏଲ୍‌ଆଇସିର ଆଇପିଓ ଲଞ୍ଚ ଦ୍ୱିତୀୟ ଦିନରେ ପହଞ୍ଚିଛି । ମାତ୍ର ୨ ଦିନ ମଧ୍ୟରେ ଏହି ଆଇପିଓ ଶତ ପ୍ରତିଶତ ସବସ୍କ୍ରିପସନ୍ ହାସଲ କରିଛି । ସନ୍ଧ୍ୟା ୬ଟା ସୁଦ୍ଧା ଶତ ପ୍ରତିଶତରୁ ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି ଏହି ଆଇପିଓ । ସମୁଦାୟ ୧୬୨.୧ମିଲିୟନ୍ ଶେୟାର ଅଫର ପାଇଁ ରହିଥିବା ବେଲେ ଦ୍ୱିତୀୟ ଦିନ ସୁଦ୍ଧା ୧୬୨.୩ ମିଲିୟନ୍ ସବସ୍କ୍ରିପ୍‌ସନ୍ ହୋଇ ସାରିଛି ।

ଗୋଟିଏ ପଟେ କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ କର୍ମଚାରୀଙ୍କ ପାଇଁ ରହିଥିବା ଶେୟାର ୨ ଗୁଣା ଅଧିକ ସବସ୍କ୍ରାଇବ୍ ହୋଇଛି । ୯୦୨ରୁ ୯୪୯ ଟଙ୍କା ଯାଏଁ ଏହାର ମୂଲ୍ୟ ରହିଛି ଏବଂ ଆସନ୍ତା ୧୭ ତାରିଖରେ ଏହା ଶେୟାର ମାର୍କେଟରେ ଲିଷ୍ଟିଂ କରାଯିବ । ରିଟେଲ୍ ଇନଭେଷ୍ଟରଙ୍କ ପକ୍ଷରୁ ୯୧ ପ୍ରତିଶତ ବୁକିଂ କରାଯାଇଥିବା ବେଳେ ନନ୍ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପକ୍ଷରୁ ୧.୨ ଗୁଣା ଅଂଶଧନ କିଣା ଯାଇଥିଲା । ୩.୫ ପ୍ରତିଶତର ବିନିବେଶ ସହିତ କେନ୍ଦ୍ର ସରକାରଙ୍କୁ ୨୧ ହଜାର କୋଟି ଟଙ୍କା ମିଳିବାକୁ ଯାଉଥିବା ବେଳେ ଆସନ୍ତା ୧୭ ତାରିଖରେ ଲିଷ୍ଟିଂ ପୂର୍ବରୁ ଏହାର ଆଇପିଓ ବିକ୍ରି ଶେଷ ହେବା ନେଇ ଆଶା କରାଯାଉଛି ।

୨୪୫ଟି ଘରୋଇ ବୀମା କମ୍ପାନୀକୁ ନେଇ ମାତ୍ର ୫ କୋଟିର ମୂଳଧନ ସହିତ ସେପ୍ଟେମ୍ବର୧, ୧୯୫୬ରେ ଆରମ୍ଭ କରାଯାଇଥିଲା ଭାରତୀୟ ଜୀବନବୀମା ନିଗମ । ଭାରତର ଏହି ସର୍ବବୃହତ ଆଇପିଓ ଲଞ୍ଚ ଦ୍ୱାରା ଭାରତ ସରକାରଙ୍କୁ ୨୧ ହଜାର କୋଟିର ନିବେଶ ହାସଲ ହେବ ।

Get real time updates directly on you device, subscribe now.