fbpx

ଏଲଆଇସିର ନୂଆ ଧନ ସଞ୍ଚୟ ପ୍ଲାନ: ୫ ରୁ ୧୫ ବର୍ଷରେ ହେବ ମ୍ୟାଚୁରିଟି

ନୂଆଦିଲ୍ଲୀ: ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏଲଆଇସି) ନୂଆ ବୀମା ପଲିସୀ ଲଞ୍ଚ କରିଛି । ଯାହାର ନାମ ରହିଛି ଏଲଆଇସି ଧନ ସଞ୍ଚୟ ସେଭିଙ୍ଗ ପ୍ଲାନ୍ । ଏହି ଜୀବନ ବୀମା ଯୋଜନା ସୁରକ୍ଷା ଏବଂ ସେଭିଙ୍ଗ୍୍ସ ଉଭୟ ଫାଇଦା ଦେଇଥାଏ ।

ନିଗମ ତରଫରୁ କୁହାଯାଇଛି ଯେ ଏହି ଯୋଜନା ଆରମ୍ଭରୁ ନେଇ ମ୍ୟାଚୁରିଟି ତାରିଖ ପର୍ଯ୍ୟନ୍ତ ଗ୍ୟାରେଣ୍ଟିକୃତ ଆୟ ଲାଭ ଏବଂ ଜିଆଇବିର ଶେଷ କିସ୍ତି ସହ ଦେୟ ଗ୍ୟାରେଣ୍ଟିଡ ଟର୍ମିନାଲ ଲାଭଦେଇଥାଏ । ଧନ ସଞ୍ଚୟ ଯୋଜନା ସର୍ବନିମ୍ନ ୫ ବର୍ଷରୁ ସର୍ବାଧିକ ୧୫ ବର୍ଷ ଅବଧି ପାଇଁ ଉପଲବ୍ଧ । ଏହି ପ୍ଲାନ ଇନକମ୍ ବେନିଫିଟ୍, ସିଙ୍ଗିଲ୍ ପ୍ରିମିୟମ ଲେବୁଲ ଇନକମ୍ ବେନିଫିଟ୍ ଏବଂ ସିଙ୍ଗିଲ୍ ବେନିଫିଟ୍ ଦେଇଥାଏ ।

ଏହି ପଲିସି ଅନୂଯାୟୀ ପଲିସିଧାରକଙ୍କୁ ଗ୍ୟାରେଣ୍ଟି ରିଟର୍ଣ୍ଣ ଦିଆଯିବ ଏହା ସହ ଏହି ଟଙ୍କା ଗ୍ୟାରେଣ୍ଟି ଟର୍ମିନାଲ ବେନିଫିଟ୍ ଭାବରେ ଦିଆଯିବ, ଯାହା ପଲିସି ଧାରକଙ୍କ ମ୍ୟାଚୁରିଟି ଅବଧି ପୂରା ହେବା ପରେ ଦିଆଯିବ ।

ଯଦି କୌଣସି ପଲିସିଧାରକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୋଉଛି ତ ପଲିସି ଆରମ୍ଭ ହେବା ପରେ ପଲିସି ଅବଧି ମଧ୍ୟରେ ଯୋଜନା ଅନୂଯାୟୀ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବ । ମୃତ୍ୟୁ ଲାଭ ଏକାଥରକେ କିମ୍ବା ଆପଣଙ୍କ ଚୟନ ହିସାବରେ ୫ ବର୍ଷ ଅବଧି ମଧ୍ୟରେ କିସ୍ତି ମାଧ୍ୟମରେ କରାଯିବ । ଏହି ପଲିସିରେ ପଲିସିଧାରକଙ୍କୁ ଲୋନ ସୁବିଧା ଦିଆଯାଇଥାଏ । ଅତିରିକ୍ତ ଦେୟର ମଧ୍ୟ ଉପଲବ୍ଧ ରହିଛି ।

ଏଲଆଇସି ଧନ ସଞ୍ଜୟ ଯୋଜନା ନେବା ପାଇଁ ସର୍ବନିମ୍ନ ବୟସ ୩ ବର୍ଷ ହେବା ଉଚିତ୍  । ସେହି ସମୟରେ, ବିକଳ୍ପ ଏ ଏବଂ ବିକଳ୍ପ ବି ପାଇଁ ୫୦ ବର୍ଷ, ବିକଳ୍ପ ସି ପାଇଁ ୬୫ ବର୍ଷ ଏବଂ ବିକଳ୍ପ ଡି ପାଇଁ ୪୦ ବର୍ଷ ବୟସ ସୀମା ରହିଛି । ଏହାର ଏ ଏବଂ ବି ବିକଳ୍ପ ଅନୁଯାୟୀ ୩,୩୦,୦୦୦ ଟଙ୍କା ମୂଲ୍ୟର ଏକ ସୁନିଶ୍ଚିତ ରାଶି ମିଳିବ । ପ୍ଲାନ୍ ସି ଅଧୀନରେ ସର୍ବନିମ୍ନ ୨,୫୦,୦୦୦ ଟଙ୍କାର ସର୍ବନିମ୍ନ ରାଶି ନିଶ୍ଚିତ କଭର ଦିଆଯିବ ଏବଂ ବିକଳ୍ପ ଡି  ୨୨,୦୦,୦୦୦ ଟଙ୍କା ନିଶ୍ଚିତ କଭର ଦିଆଯିବ । ଏହି ଯୋଜନାଗୁଡିକ ପାଇଁ ସର୍ବାଧିକ ପ୍ରିମିୟମ୍ ସୀମା ନାହିଁ  ।

 

 

 

 

 

Get real time updates directly on you device, subscribe now.