fbpx

ଅକ୍ଷୟ ତୃତୀୟାରେ ଅଘଟଣ: ଟାଙ୍କି ସଫା ପାଇଁ ଜୀବନ ଗଲା, ୩୦ ବର୍ଷରେ ବଳି ପଡ଼ିଲେଣି ୧୫୦ରୁ ଅଧିକ ନିରୀହ ଶ୍ରମିକ

AAKASH

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହି ପାରିବେ ନାହିଁ । ତେବେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଆସିଛି ଏକ ବଡ଼ ଦୁଃଖ ଖବର । ଅକାଳରେ ଚାଲି ଯାଇଛି ୨ ଜଣ ଗରିବ ଶ୍ରମିକଙ୍କ ଜୀବନ । ସ୍ୱେରେଜ ସଫା କରିବାକୁ ଯାଇ ଗତ ଦୁଇ ବର୍ଷ ମଧ୍ୟରେ ୧୧ ଜଣଙ୍କ ପ୍ରାଣହାନୀ ଘଟିଲାଣି । ଟାଙ୍କି ଭିତରକୁ ସଫା କରିବାକୁ ଯାଇଥିବା ଏହି ଶ୍ରମିକମାନେ ଆଉ ଫେରିନଥିଲେ । ଫେରିଥିଲା କେବଳ ସେମାନଙ୍କର ଶବ । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଦୁଇ ମୃତକଙ୍କ ବୟସ ୨୪ ଓ ୩୨ ବର୍ଷ ହୋଇଥିବା ବେଳେ ସେମାନଙ୍କୁ ହରାଇ ପରିବାର ବର୍ଗ ଭାଙ୍ଗି ପଡ଼ିଛନ୍ତି । ଟାଙ୍କି ଭିତରେ ସଫା କରୁଥିବା ସମୟରେ ସେମାନେ ଶ୍ୱାସକ୍ରିୟା କରିବାରେ କଷ୍ଟ ଅନୁଭବ କରିଥିଲେ । ପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରୁ ଆସିଛି ଏପରି ଏକ ଦୁଃଖଦାୟକ ଖବର । ତେବେ ଏହି ଘଟଣାରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ତାହା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଗତ ଦୁଇବର୍ଷ ବର୍ଷରେ ଏପରି ସମାନ ଘଟଣାରେ ୧୧ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।

ଜଣାପଡ଼ିଛି ଯେ, ଉକ୍ତ ଅଞ୍ଚଳରେ ଟାଙ୍କି ସଫା କରିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ଘଟିବା ଏକ ନୂଆ ଘଟଣା ନୁହେଁ । ଗତ ୧୯୯୩ରୁ ୨୦୧୪ ମଧ୍ୟରେ ସ୍ୱେରେଜ ସଫା ସମୟରେ ମୋଟ ୧୫୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ କେବଳ ୨୬ ଜଣଙ୍କୁ ସରକାରୀ ସହାୟତା ମିଳିଥିଲା । ଲୋକଙ୍କୁ ସ୍ୱେରେଜ ସଫା ଓ ସେପ୍ଟେିକ ଟାଙ୍କି ସଫା କରିବାକୁ ବାରଣ କରାଯାଇଥିବା ବେଳେ ଏହା ବାରମ୍ବାର କରାଯାଉଥିବା ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଠିକାଦାରଙ୍କ ନାମରେ ମାମଲା ଦାୟର କରାଯାଇଛି ।

Get real time updates directly on you device, subscribe now.