fbpx

ଦେଶରେ ରହିଛନ୍ତି ୧୫ କୋଟି ମାନସିକ ରୋଗୀ, ସରକାର ନେଉଛନ୍ତି ଲଗାତାର ପଦକ୍ଷେପ, ସମୁଦ୍ରକୁ ଶଙ୍ଖେ ଭଳି ଅଛି ମାତ୍ର ୪୭ ଡାକ୍ତରଖାନା

ଓଡିଶା ଭାସ୍କର: ଭାରତରେ ମାନସିକ ରୋଗର ସ୍ଥିତି ବେଶ୍ ଚିନ୍ତାଚନକ । ସରକାରୀ ରିପୋର୍ଟ ଅନୁସାରେ, ପ୍ରତି ୭ ଜଣଙ୍କ ମଧ୍ୟରେ ଜଣେ ଲୋକ କୌଣସି ନା କୌଣସି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ତାତ୍ପର୍ଯ୍ୟ ଏହା ଯେ, ପ୍ରାୟ ୧୫ କୋଟି ଲୋକ ମାନସିକ ରୋଗର ଶିକାର ଅଟନ୍ତି ଦେଶରେ । ଏଥିମଧ୍ୟରୁ କେବଳ ୧୦-୧୨ ପ୍ରତିଶତ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ପ୍ରାପ୍ତ ହେଉଛି । ମାନସିକ ସ୍ୱାସ୍ଥ୍ୟ ସେବାର କମି ତଥା ସଚେତନତାର ଅଭାବ କାରଣରୁ ସେମାନଙ୍କ ଚିକିତ୍ସା ହୋଇ ପାରୁ ନାହିଁ । ମାନସିକ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା ତଥା ଗୁଣବତ୍ତାକୁ ବଢାଇବା ପାଇଁ ଏବେ ବି ଅନେକ କିଛି କରିବାର ଆବଶ୍ୟକତା ରହିଛି ଭାରତରେ ।
କହିରଖୁ, ଭାରତରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଉନ୍ନତତର କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ସତ, ତଥାପି ଏହି ସେବା ଭାରତରେ ଏବେ ବି ସୀମିତ । ଦେଶରେ ମାତ୍ର ୪୭ ଟି ମାନସିକ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଖାନା ରହିଛି । ଏଥିରେ ମାତ୍ର ୩ ଟି ଡାକ୍ତରଖାନା କେନ୍ଦ୍ରୀୟ ସଂସ୍ଥାନ ଅଟେ ।

୧. ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ଓ ତନ୍ତ୍ରିକା ବିଜ୍ଞାନ କେନ୍ଦ୍ର, ବେଙ୍ଗାଲୁରୁ
୨. ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ କ୍ଷେତ୍ରୀୟ ମାନସିକ ସ୍ୱାସ୍ଥ୍ୟ ସଂସ୍ଥାନ, ତେଜପୁର, ଆସାମ
୩. କେନ୍ଦ୍ରୀୟ ମାନସିକ ସ୍ୱାସ୍ଥ୍ୟ ସଂସ୍ଥାନ, ରାଞ୍ଚି

ଉପରୋକ୍ତ ସମସ୍ତ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କ ଅନୁପାତ ବେଶ୍ କମ । ଏହାର ଅର୍ଥ ଜଣେ ଡାକ୍ତରଙ୍କ ପାଖରେ ବହୁ ରୋଗୀ ଚିକିତ୍ସା କରନ୍ତି । ଫଳରେ ରୋଗୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ପାରେ ନାହିଁ । ଯାହାଫଳରେ ମାନସିକ ସ୍ୱାସ୍ଥ୍ୟସେବା ଗୁଣବତ୍ତାରେ ଢେର କମି ଦେଖିବାକୁ ମିଳେ ।

Get real time updates directly on you device, subscribe now.