fbpx
BJD SKY
BJD SKY

୮ ମାସର ଗର୍ଭବତୀ ହୋଇ ମଧ୍ୟ ଉଠାଉଛନ୍ତି ୧୫୦ କିଲୋର ଓଜନ, ଟ୍ରୋଲ୍ ହେବାରୁ ଦେଲେ ଏପରି ଜବାବ

BJD

ଆମେରିକା: ସାଧାରଣତଃ ମହିଳା ମାନେ ଗର୍ଭବତୀ ଥିବା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଥାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଚାଲିବା ବୁଲିବା ଯାଏ ସବୁ କିଛି କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ସହିତ କୌଣସି ଭାରି ଜିନିଷ ଉଠାଇବାକୁ ସେମାନଙ୍କୁ ଦିଆଯାଏ ନାହିଁ । ସେମାନଙ୍କ କହିବା କଥା ଯେ, ଭାରି ଜିନିଷ ଉଠାଇବା ଦ୍ୱାରା ଗର୍ଭରେ ଥିବା ପିଲା ଉପରେ ଖରାପ ପ୍ରଭାବ ପଡିଥାଏ । ହେଲେ ଆମେରିକାରେ ଜଣେ ମହିଳା ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି । ସେ ଗର୍ଭବତୀ ହୋଇ ମଧ୍ୟ ଜିମ୍ ରେ ଏକ୍ସର୍ସାଇସ୍ କରନ୍ତି ଏବଂ ୧୫୦ କିଲୋର ଡମ୍ବଲ୍ ଉଠାନ୍ତି ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆମେରିକାର ଜଣେ ମହିଳା ୮ ମାସର ଗର୍ଭବତୀ ହୋଇଥିଲେ ସୁଦ୍ଧା ନିଜ ଫିଟନେସ୍ ଖୁବ୍ ଅଧିକ ପ୍ରାଧାନ୍ୟ ଦିଅନ୍ତି । ସେ ୮ ମାସର ଗର୍ଭବତୀ ଅବସ୍ଥାରେ ଜିମ୍ ରେ ହେଭି ଏକ୍ସର୍ସାଇସ୍ କରିବା ସହିତ ୧୫୦ କିଲୋ ଓଜନର ଡମ୍ବଲ ଉଠାନ୍ତି । ଫିଟ୍ ନେସ୍ କୁ ନେଇ ସେ ଖୁବ୍ ସିରିୟସ୍ ଥିବା ବେଳେ ତାଙ୍କୁ ଏକ୍ସର୍ସାଇସ୍ କରିବାରୁ କରୋନା ହେଉ କି ଗର୍ଭବତୀ କେହି ବି ରୋକି ପାରିନାହାନ୍ତି ।

ସୋସିଆଲ ମିଡିଆରେ ସେ ଏକ୍ସର୍ସାଇଜ୍ ସେନ୍ସେସନ୍ ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଏବେ ଟ୍ରୋଲ୍ କରିଛନ୍ତି । କିନ୍ତୁ ସେ ଟ୍ରୋଲର୍ ମାନଙ୍କୁ କଡା ଜବାବ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ଆମେରିକୀୟ ମହିଳାଙ୍କ ନାଁ ହେଲା ୟାନା ମିଲୁଟୋନୋବିକ୍ ।

୩୪ ବର୍ଷର ୟାନା ହେଉଛନ୍ତି ଜଣେ ଫିଟନେସ୍ ଟ୍ରେନର୍ । ସେ ୮ ମାସର ଗର୍ଭବତୀ ହୋଇଥିଲେ ସୁଦ୍ଧା ଜିମ୍ ରେ ହେଭି ଏକ୍ସର୍ସାଇସ୍ କରୁଛନ୍ତି । ଆଉ ଲଗାତର ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଏକ୍ସର୍ସାଇଜ୍ ସମୟର ଭିଡିଓ କରି ଅପଲୋଡ୍ କରନ୍ତି । ତେବେ ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ଗର୍ଭବତୀ ଅବସ୍ଥାରେ ୧୫୦ ଜିଲୋ ଉଠାଉଥିବା ଦେଖିବାକୁ ମିଳିଛି ।

ୟାନାଙ୍କର ଏହି ଭିଡିଓରେ କିଛି ୟୁଜର୍ ତାଙ୍କୁ ଫିଟନେସ୍ ର ପ୍ରଶଂସା କରିଥିବା ବେଳେ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରିଛନ୍ତି । ଜଣେ କହିଛନ୍ତି ଯେ, ଏଭଳି ଏକ୍ସର୍ସାଇଜ୍ କରି ଏହି ମହିଳା ନିଜ ପିଲାକୁ ମାରିବାକୁ ଚେଷ୍ଟା କରୁଛି । ସେହିପରି ଆଉ ଜଣେ କହିଛନ୍ତି ଯେ, ଆଟେନସନ୍ ପାଇବାକୁ ଟିକେ ଅଧିକ ସଉକ ରଖିଛନ୍ତି ଏହି ମହିଳା । ତେବେ ଏନେଇ ସେ ଟ୍ରୋଲର୍ ମାନଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଜଣେ ଫିଟନେସ୍ ଟ୍ରେନର୍ ତେଣୁ ମୁଁ ମୋ ଶରୀରକୁ ଚିହ୍ନିଛି ଏବଂ ସମୟ ସମୟରେ ମୁଁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଉଛି । ଯେଉଁ ମାନେ ମୋତେ ନେଇ ଜଳୁଛନ୍ତି ସେମାନେ ସେମାନଙ୍କ ଅସଫଳତାକୁ ମୋ ଉପରେ ଥାପିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଲୋକମାନେ ସେହି ମାନଙ୍କ ଠାରୁ ଜଳନ୍ତି ଯେଉଁମାନେ ନିଜ ଜୀବନରେ ବିନା ଡରରେ ବଞ୍ଚନ୍ତି ।

Get real time updates directly on you device, subscribe now.