fbpx

ବିଜୁଳି ବିଭ୍ରାଟ ; ବିନା ଆଲୁଅରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ୯ ମିନିଟ୍ କଟିଲା ବିଜୁଳି

ଭୁବନେଶ୍ୱର : ମହାମହିମଙ୍କ ଅଭିଭାଷଣ ସମୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ସମୟରେ ଏକ ବଡ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ଯାହା କେବେ ପୂର୍ବରୁ ଦେଖିବାକୁ ମିଳିନଥିଲା । ଅନ୍ଧାରରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ । ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ପ୍ରାୟ ୯ ମିନିଟ୍ ଧରି ବିଜୁଳି କାଟ ହୋଇଥିଲା । ୧୧ଟା ୫୬ ମିନିଟ୍ ରୁ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ବିଜୁଳି କାଟ ହୋଇଥିଲା । ଡାଏସ୍ ଉପରେ ଲାଗିଥିବା ଝାପସା ବା ମିଞ୍ଜି ମିଞ୍ଜି ଆଲୁଆରେ ରାଷ୍ଟ୍ରପତିୁ ଦ୍ରୌପଦୀ ମୁର୍ମୁ ଭାଷଣ ରଖିଥିଲେ ।

ସୂନାଯେରାଗ୍ୟ, ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ଏକ ଐତିହାସିକ ତ୍ରୁଟି ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ହଠାତ୍ ବିଜୁଳି ପଳାଇଥିଲା । ଏହି ସମୟରେ ରାଷ୍ଟ୍ରପତି ଟିକେ ବିଚଳିତ ହୋଇଥିଲେ କିନ୍ତୁ ସେ ନିଜର ଅଭିଭାଷଣ ଜାରି ରଖିଥିଲେ । ୯ ମିନିଟ ପେର ପୁଣି ଆଲୁଅ ଜଳିଥିଲା । ୯ ମିନିଟ୍ ଧରି ରାଷ୍ଟ୍ରପତି ଅନ୍ଧକାରରେ ନିଜର ଅଭିଭାଷଣ ରଖିଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚ ଜୋର ଧରିଛି । ସମାମର୍ତ୍ତନ ଉିତ୍ସବ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଫେରିଯାଇଛନ୍ତି ।

Get real time updates directly on you device, subscribe now.