fbpx

ବାଲେଶ୍ଵରରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା, ଅନ୍ଧାରରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବାଲେଶ୍ଵର: ସକାଳେ ସୃଷ୍ଟି ହେଲା ରାତିର ଭ୍ରମ । ବାଲେଶ୍ଵରରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଜିଲ୍ଲାରେ ସକାଳୁ ସକାଳୁ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ତେବେ ଏଠି ବର୍ଷା ବଡ଼ ଧରଣର ହୋଇଥିବା ବେଳେ କିଛି ସ୍କୁଲ ଛାତ୍ରଛାତ୍ରୀ ଅନ୍ଧାର ଭିତରେ ପରୀକ୍ଷା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟର କେତେକ ସ୍ଥାନରେ ପାଗ ପରିବର୍ତ୍ତନ ହୋଇଛି ।

ସୂଚନା ଥାଉକି, ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ଜନିତ ବର୍ଷା ଲାଗି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାଫଳରେ ତାପମାତ୍ରାରେ ମଧ୍ୟ ସାମାନ୍ୟ ହ୍ରାସ ପରିବର୍ତ୍ତିତ ହେବ। ତେବେ ୧୯ ଏବଂ ୨୦ ତାରିଖରେ ଏଥିରେ ବଡ ପ୍ରଭାବ ପଡିପାରେ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୯ ତାରିଖ ଅର୍ଥାତ ସୋମବାର ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ଢ଼େଙ୍କାନାଳ ଆଦି ୮ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷେ ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

 

 

Get real time updates directly on you device, subscribe now.