fbpx

ପାର୍ଟନରଙ୍କ ସହ ବୃଦ୍ଧି ହେବ ତିକ୍ତତା, କାମରେ ବାରମ୍ବାର ଦେଖାଯିବ ବାଧା, ଜାଣନ୍ତୁ କେଉଁ Numerology ପାଇଁ ଅଶୁଭ ରହିବ ସପ୍ତାହ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ଜ୍ୟୋତିଷ(Numerology)ର ମହତ୍ୱ ରହିଛି । ଏହା ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ଅଙ୍କ ଜ୍ୟୋତିଷ ରାଶିଫଳ ମୂଳାଙ୍କ ଉପରେ ଆଧାରିତ । ମାର୍ଚ୍ଚ ୧୮ରୁ ନୂତନ ସପ୍ତାହ ଆରମ୍ଭ ହେଉଛି । ଏହି ସପ୍ତାହ ଅନେକ ରାଶିଙ୍କ ପାଇଁ ଶୁଭ ଏବଂ ଅଶୁଭ ରହିବ । ତେବେ ଆସନ୍ତୁ ଜାଣିବା ଏହି ସପ୍ତାହ କେଉଁ ମୂଳାଙ୍କ ପାଇଁ ଅଶୁଭ ରହିବ ।
– ମୂଳାଙ୍କ ୧(Numerology Number 1): ଯଦି ଆପଣଙ୍କ ଜନ୍ମ, ମାସର ୧, ୧୦, ୧୯ କିମ୍ବା ୨୮ ତାରିଖରେ ହୋଇଥିବ ତେବେ ଆପଣଙ୍କ ମୂଳାଙ୍କ ୧ ହେବ । ଏହି ସପ୍ତାହ ଆପଣଙ୍କ ପାଇଁ ଅଶୁଭ ରହିବ । ଆତ୍ମବିଶ୍ୱାସ ହ୍ରାସ ପାଇପାରେ । ପାର୍ଟନରଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । ତେଣୁ ଧୈଯ୍ୟର ସହ କଥାବାର୍ତ୍ତା କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି ସପ୍ତାହ କିଛି ଶୁଭ ଫଳ ପ୍ରଦାନ କରିବ ନାହିଁ । ଚାକିରି ଏବଂ ବ୍ୟବସାୟରେ ଶୁଭ ଖବର ମିଳିବା ଆଶା କମ୍ ରହିଛି । ଏହି ମୂଳାଙ୍କ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

– ମୂଳାଙ୍କ ୨(Numerology Number 2): ଯଦି ଆପଣଙ୍କ ଜନ୍ମ, ମାସର ୨, ୧୧, ୨୦ କିମ୍ବା ୨୯ ତାରିଖରେ ହୋଇଥାଏ ତେବେ ଆପଣଙ୍କ ମୂଳାଙ୍କ ହେଉଛି ୨ । ଏହି ସପ୍ତାହରେ ଆପଣଙ୍କ ସମସ୍ତ କାର୍ଯ୍ୟରେ ବାଧା ଦେଖାଦେଇପାରେ । ଆପଣ ଭୁଲ ନିଷ୍ପତ୍ତି ନେଇପାରନ୍ତି । ପାର୍ଟନରଙ୍କ ସହ ତିକ୍ତତା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ ଦେବେ ନାହିଁ । ତେଣୁ ପରିଶ୍ରମ ଅନୁରୂପ ଫଳ ପ୍ରାପ୍ତି ହେବ ନାହିଁ । କାର୍ଯ୍ୟକ୍ଷେତ୍ରରେ ବ୍ୟକ୍ତିଙ୍କ ବିକାଶ ମାର୍ଗରେ ବାଧା ଦେଖାଦେଇପାରେ । ବ୍ୟବସାୟୀଙ୍କୁ ବ୍ୟାପାରରେ କ୍ଷତି କ୍ଷତି ସହିବାକୁ ପଡ଼ିପାରେ ।

– ମୂଳାଙ୍କ ୪(Numerology Number 4): ଯଦି ଆପଣଙ୍କ ଜନ୍ମ, ମାସର ୪, ୧୨୩, ୨୨ କିମ୍ବା ୩୧ରେ ହୋଇଥାଏ ତେବେ ଆପଣଙ୍କ ମୂଳାଙ୍କ ୪ ହେବ । ବ୍ୟକ୍ତିଗତ ଜୀବନରେ ସମସ୍ୟା ଦେଖାଦେଇପାରେ । ପାର୍ଟନରଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଚାକିରିକୁ ନେଇ ଅନେକ ଅସନ୍ତୁଷ୍ଟ ରହିବେ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି କରିପାରିବେ ନାହିଁ । ଏହା ଆପଣଙ୍କୁ ନିରାଶ କରିବ । ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି କିନ୍ତୁ ବ୍ୟବସାୟୀ ପାର୍ଟନରଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ ।

Get real time updates directly on you device, subscribe now.