fbpx

କଟକରେ ବେଆଇନ ଲିଙ୍ଗ ନିରୂପଣ ଘଟଣା: ଗିରଫ ସଂଖ୍ୟା ୫କୁ ବୃଦ୍ଧି, ରାଞ୍ଚିକୁ ଲମ୍ବିଛି ଚେର

କଟକ (ଭାସ୍କର ନ୍ୟୁଜ୍‌): ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ଘଟଣାରେ ଆଲ୍‌ଫା ହେଲଥ୍‌ କେୟାର୍‌ର ୪ ଜଣ କର୍ମଚାରୀଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଏହି ମାମଲାରେ ଗତକାଲି ଆଉ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମାନସ ରଞ୍ଜନ ପଣ୍ଡା (୩୮) । ତାଙ୍କ ଘର ବରୀର ସାହୁପଡା ଅଞ୍ଚଳରେ । ସେ ବର୍ତ୍ତମାନ ନେତାଜୀ ନଗରରେ ରହୁଥିଲା । ମାନସ ରାଞ୍ଚିରୁ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଅଲ୍‌ଟ୍ରା ସାଉଣ୍ଡ ମେସିନ୍‌ ଆଣି ଆଲ୍‌ଫା ହେଲଥ୍‌ କେୟାର୍‌ରେ ଦେଇଥିଲା । ପୂର୍ବରୁ ଗିରଫ ଅଭିଯୁକ୍ତମାନେ ହେଲେ ଲ୍ୟାବର ମାଲିକ ପ୍ରସନ୍ନ କୁମାର ସାହୁ ଓ କର୍ମଚାରୀ ବସନ୍ତ କୁମାର ବର୍ଦ୍ଧନ, ସନ୍ତୋଷ କୁମାର ଲେଙ୍କା, ହୃଷିକେଶ ସାହୁ ।

ଗିରଫ ମାନସ ୧୦ ବର୍ଷ ହେଲା ମେଡିକାଲ ଫିଲ୍ଡରେ କାମ କରୁଛି । ସେ ବିଭିନ୍ନି ମେଡିକାଲ ସାମଗ୍ରୀ ସପ୍ଲାଇ କରେ । ପୁଲିସ୍‌ ଦ୍ୱାରା ଯେଉଁ ଉପକରଣ ଜବତ କରାଯାଇଛି, ତାକୁ ମଧ୍ୟ ମାନସ ସପ୍ଲାଇ କରୁଥିଲା । ମାନସ ୩.୫୦ ଲକ୍ଷ ଟଙ୍କାରେ ମେସିନକୁ ପ୍ରସନ୍ନକୁ ସପ୍ଲାଇ କରିଥିଲା । ଖୋଦ୍‌ ମାନସ ମଧ୍ୟ ଏଭଳି ବେଆଇନ୍‌ ମେସିନ୍‌ ସପ୍ଲାଇ କରୁଥିବା ନେଇ ସ୍ୱୀକାର କରିଥିବା ମଙ୍ଗଳାବାଗ୍‌ ଆଇଆଇସି ସୂଚନା ଦେଇଛନ୍ତି । ଏହି ସବୁ ମେସିନ୍‌ ବିନା କାଗଜପତ୍ରରେ ରାଜ୍ୟ ବାହାରୁ ଆସୁଥିଲା । ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛି, ପୋଲିସ୍‌ ତା’ର ଖୋଳତାଡ଼ କରୁଛି।

ସୂଚନାଥାଉକି କଟକର ଏକ ଘରୋଇ ଲ୍ୟାବରେ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିଲେ । ମାନସକୁ ମିଶାଇ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି

Get real time updates directly on you device, subscribe now.