ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗ: ବିଜେଡି-ବିଜେପି ମୁହାଁମୁହିଁ

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇବା ପରେ ଏବେ ରାଜନୀତିକ ବିବାଦ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପତି । ଲିଙ୍ଗରାଜ ମନ୍ଦିର ଏବଂ ଏହାର ଆଖପାଖରେ ଥିବା ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ଚାହୁଥିବା ରାଜ୍ୟ ସରକାର ଏକ ଅଧ୍ୟାଦେଶ ଦେଇଥିଲେ ଯାହା ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏଭଳି ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସରର ନୁହେଁ ବୋଲି କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିଥାନ୍ତା । ମନ୍ଦିର ଆଖପାଖରେ ଯେଉଁସବୁ ନିର୍ମାଣ ହୋଇଛି ସେଥିପାଇଁ ପୂର୍ବରୁ ଦୁଇଥର ସ୍ପଷ୍ଟୀକରଣ ଦିଆଯାଇସାରିଛି । ଆଉଥରେ ପଚାରିଥିଲେ ପୁଣିଥରେ ଉତ୍ତର ଦିଆଯାଇଥାନ୍ତା । ମନ୍ତ୍ରୀ କହିଛନ୍ତି କାଶୀ, କେଦାରନାଥ, ସୋମନାଥ ମନ୍ଦିର ଯଦି ହୋଇପାରୁଛି ତେବେ  ଓଡ଼ିଶାର ସବୁ ଦେବାଦେବୀ , ଶ୍ରୀ ଜଗନ୍ନାଥ ଆଉ ଲିଙ୍ଗରାଜଙ୍କ କ୍ଷେତ୍ରରେ ଦୟାକରି ବାଛ ବିଚାର କରନ୍ତୁ ନାହିଁ, ଲୋକଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ । ତାଙ୍କ ମନୋଭାବକୁ ବାଧା ଦିଅନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଚାରିଧାମରୁ ଜଗନ୍ନାଥ ଧାମ ଗୋଟିଏ । ତେଣୁ ଏଠାରେ କାହିଁକି ହେବନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଭଗବାନଙ୍କ କ୍ଷେତ୍ରରେ ଭେଦଭାବ କରନ୍ତୁ ନାହିଁ, ଓଡ଼ିଶାରେ ଗୋଟିଏ ମାପକାଠି, ଅନ୍ୟଠି ଆଉ ଏକ ମାପକାଠି । ସରକାର ଶ୍ରଦ୍ଧାଳୁଙ୍କ ବିକାଶ ପାଇଁ କାମ କରୁଛନ୍ତି । ଲୋକଙ୍କର କୌଣସି କ୍ଷତି ହେଉନାହିଁ । ହେଲେ ଏକ୍ରାମ କ୍ଷେତ୍ରର ବିକାଶରେ କାହାର ସ୍ୱାର୍ଥ ହାନି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସେପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ବିକାଶକୁ କେବେବି ବିରୋଧ କରାଯାଇନାହିଁ କିନ୍ତୁ ଦେଶର ଯେଉଁ ଆଇନ କାନୁନ ରହିଛି ସେହି ଅନୁଯାୟୀ କାମ ହେବା ଆବଶ୍ୟକ । ସମ୍ବିଧାନ ଅଛି ଏବଂ ଆଇନ ଅଛି ଯେଉଁମାନେ । ଯେଉଁମାନେ ଦାୟିତ୍ୱ ନେଇଛନ୍ତି ସେମାନେ ଏନେଇ ଚିନ୍ତା କରିବେ ବୋଲି କହିଛନ୍ତି କହିଛନ୍ତି ରାଜ୍ୟ ସଭାପତି ।