fbpx

ଜଙ୍ଗଲରୁ କ୍ୟାମେରା ଚୋରାଇ ନେଉଥିଲା ସିଂହ, ଏହାର ଭିଡିଓ ହେଉଛି ଭାଇରାଲ

ଭୁବନେଶ୍ୱର : ଚୋରି କରୁଛନ୍ତି ଜଙ୍ଗଲର ରାଜା । କ୍ୟାମେରା ଚୋରାଇ ନେଲା ସିଂହ । ଆଉ ଚୋରାଇବା ବେଳେ ରେକର୍ଡ ହେଲା ସବୁ ଜିନିଷ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ । ଏହାର ଭିଡିଓ ଏବେ X ପ୍ଲାଟଫର୍ମରେ ଭାଇରାଲ ହେଉଛି । ସିଂହ ଏପରି ଏକ ପ୍ରାଣୀ, ଯାହାକୁ ପ୍ରାଣୀଜଗତର ସମସ୍ତ ପ୍ରାଣୀ ଭୟ କରିଥାନ୍ତି । କେହି ମଧ୍ୟ ତାହା ସହ ଲଢେଇ କରିବାକୁ ଆଗାନ୍ତି ନାହିଁ । ଯଦି କିଏ ଥରେ ସିଂହ ସାମ୍ନାକୁ ଆସେ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ ଅଟେ ।

ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ପ୍ରାଣୀମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେହି ଭିଡିଓ ଗୁଡିକ ୱାଇଲ୍ଡ ଲାଇଫ ଫଟୋଗ୍ରାଫରଙ୍କ ଦ୍ୱାରା ରେକର୍ଡ କରାଯାଏ । ପ୍ରାଣୀ ସହ ଜଡିତ ସମସ୍ତ ଖବର ସେମାନେ ଆମ ସହ ସେୟାର କରନ୍ତି । ସେମାନେ ସବୁବେଳେ ଜଙ୍ଗଳରେ ନିଜ ସହ କ୍ୟାମେରା ନେଇ ବୁଲନ୍ତି ଏହା ସହତି ଜୀବଜନ୍ତୁଙ୍କର କାର୍ଯ୍ୟକଳାପକୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରନ୍ତି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରେ ମହାବଳ କ୍ୟାମେରା ଚୋରି କରୁଥିବାର ଦେଖାଯାଉଛି । ହଁ, ଆପଣ ଠିକ ଶୁଣୁଛନ୍ତି । X ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଙ୍ଗଲ ଜୀବଜନ୍ତୁଙ୍କ କାର୍ଯ୍ୟକଳାପକୁ ରେକର୍ଡ କରିବା ପାଇଁ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଜଙ୍ଗଲରେ ଏକ କ୍ୟାମେରା ଲଗାଇଥିଲେ । କିନ୍ତୁ ଜଙ୍ଗଲରେ ସିଂହର ରାଜ ଚାଲେ ବୋଲି ସେ ଭୁଲି ଯାଇଥିଲେ ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ସିଂହ ଜଙ୍ଗଲରେ ବୁଲୁଥିବା ବେଳେ, ସେଠାରେ ଲଗାଯାଇଥିବା ଏକ କ୍ୟାମେରା ଉପରେ ତାହାର ନଜର ପଡିଛି । ଏହା ଦେଖି ସେ ପ୍ରଥମେ କ୍ୟାମେରା ପାଖକୁ ପାଖକୁ ଆସିଲା । କିନ୍ତୁ କ୍ୟାମେରା ମୁଭ ହେଉଥିବାର ଦେଖି ସେ ଡରି ଯାଇଥିଲା । ଏହାପରେ ସେ କ୍ୟାମେରାଟିକୁ ନିଜ ପାଟିରେ କାମୁଡି ଦୌଡି ପଳାଇଥିଲା । କିଛି ବାଟ ଯାଇ ଥକି ପଡିବାରୁ ଅଳ୍ପ ସମୟ ପାଇଁ ଗୋଟିଏ ଜାଗାରେ ରହିଯାଇଥିଲା । ପୁଣି କିଛି ସମୟ ପରେ କ୍ୟାମେରାକୁ ନେଇ ଦୌଡିବାରେ ଲାଗିଲା । କିଛି ବାଟ ଦୂରକୁ ଯିବା ପରେ ସିଂହଟି କ୍ୟାମେରାକୁ ତଳେ ପକାଇ ଦେଇ ସେଠାରୁ ଚାଲିଗଲା । ଏହା ପରେ ଫଟୋଗ୍ରାଫର୍ସ ଆସି ତାଙ୍କ କ୍ୟାମେରାକୁ ସେଠାରୁ ନେଇ ଯାଇଥିଲେ । ଏହି ଭିଡିଓ ଏବେ X ସୋସିଆଲ ପ୍ଲାଟଫର୍ମରେ ଅଚ୍ଚକ୍ଟଙ୍କକ୍ସମକ୍ଷସକ୍ଟ୍ରଗ୍ଦଗ୍ଦ ନାମକ ୟୁଜର ଆକାଉଣ୍ଟରେ ଭାଇରାଲ ହେଉଛି ।

Get real time updates directly on you device, subscribe now.