fbpx

ଇତିହାସ ରଚିଲେ ଲିୟୋନେଲ ମେସି: ଭାଙ୍ଗିଲେ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ରେକର୍ଡ

ନୂଆଦିଲ୍ଲୀ: ଅର୍ଜେଣ୍ଟିନାର ଫୁଟବଲ୍ ସୁପରଷ୍ଟାର ଲିୟୋନେଲ ମେସି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଆର୍ଜେଣ୍ଟିନା ଏବଂ ପାନାମା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଗୋଲ ସ୍କୋର କରି ମେସି ଏହି ରେକର୍ଡ କରିଛନ୍ତି। ମେସି ତାଙ୍କ କ୍ୟାରିୟରର ଏହା ୮୦୦ ତମ ଗୋଲ୍ ଥିଲା ଏବଂ ସେ ଏହି ସଫଳତା ହାସଲ କରିବାରେ ଦ୍ରୁତତମ ଫୁଟବଲର୍ ହୋଇପାରିଛନ୍ତି।

ମେସିଙ୍କ ପୂର୍ବରୁ ଏହି କୀର୍ତ୍ତିମାନ କେବଳ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ନାମରେ ଥିଲା । କିନ୍ତୁ ଏହି ସ୍ଥାନରେ ପହଞ୍ଚିବା ପାଇଁ ସେ ମେସିଙ୍କ ଅପେକ୍ଷା ଅଧିକ ମ୍ୟାଚ୍ ଖେଳିଥିଲେ । ୧୦୯୫ ତମ ମ୍ୟାଚରେ ରୋନାଲଡୋ ତାଙ୍କର ୮୦୦ ତମ ଗୋଲ ସ୍କୋର କରିଥିବାବେଳେ ମେସି ତାଙ୍କ ତୁଳନାରେ ୭୭ ଟି କମ୍ ମ୍ୟାଚରେ ଏହି ସଫଳତା ପାଇଛନ୍ତି । ମେସି ପାନାମା ବିପକ୍ଷରେ ତାଙ୍କ କ୍ୟାରିୟରର ୧୦୧୮ ତମ ମ୍ୟାଚ୍ ଖେଳିଥିଲେ ।

ମେସି ତାଙ୍କ କ୍ୟାରିୟରରେ ୮୦୦ ଗୋଲ୍ ସ୍କୋର କରିଥିବା ବେଳେ ଆର୍ଜେଣ୍ଟିନା ପାଇଁ ଏହା ତାଙ୍କର ୯୯ ତମ ଗୋଲ୍ ଥିଲା । ଏହା ବ୍ୟତୀତ ସେ ତାଙ୍କ ପୂର୍ବତନ କ୍ଲବ ବାର୍ସିଲୋନା ପାଇଁ ୬୭୨ ଗୋଲ ଦେଇ ସର୍ବାଧିକ ଗୋଲ ଦେଇଥିବା ବେଳେ ପିଏସ୍‌ଜି ପାଇଁ ସେ ଏପର୍ଯ୍ୟନ୍ତ ୨୯ ଗୋଲ ସ୍କୋର କରିଛନ୍ତି ।

ପାନାମା ବିପକ୍ଷରେ ମେସି ୮୯ ମିନିଟରେ ଏକ ଫ୍ରି କିକ୍ ସାହାଯ୍ୟରେ ଏହି ଗୋଲ୍ ସ୍କୋର କରିଥିଲେ । ମେସିଙ୍କ ଏହି ଗୋଲ୍ ସ୍କୋର ପରେ ପୁରା ଷ୍ଟାଡିୟମ ମେସି-ମେସିଙ୍କ ସ୍ୱରରେ ପ୍ରତିଧ୍ୱନିତ ହୋଇଥିଲା । ଆର୍ଜେଣ୍ଟିନା ୨-୧ ବ୍ୟବଧାନରେ ଏହି ମ୍ୟାଚ ଜିତିଥିଲା । ଫିଫା ବିଶ୍ୱକପ ଜିତିବା ପରେ ଆର୍ଜେଣ୍ଟିନା ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା ।

Get real time updates directly on you device, subscribe now.