fbpx

ଡରୋ ମତ! ବଦଳିଲା ସୋସିଆଲ ମିଡ଼ିଆ ପ୍ରୋଫାଇଲ, ସନ୍ଧ୍ୟାରେ ବୈଠକ ; ରାହୁଲଙ୍କୁ ଦଣ୍ଡ ମିଳିବା ପରେ ଏବେ ତତ୍ପର କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦ୍ୱାରା ମାନହାନୀ ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ରାହୁଲଙ୍କ ଉପରେ ଏଭଳି ଅଭିଯୋଗ ଲାଗିବ ପରେ କଂଗ୍ରେସ ଏହାର ନେତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଆଜି ଅପରାହ୍ନ ୫ ଟାରେ ଦିଲ୍ଲୀର କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ, ପ୍ରଦେଶ କଂଗ୍ରେସ କମିଟି ସଭାପତି, ସିଏଲପି ନେତା ତଥା ଆଗ ସଂଗଠନର ମୁଖ୍ୟଙ୍କ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷତା କରିବେ।

ଉଲ୍ଲେଖନୀୟ ଯେ, ଚାରି ବର୍ଷ ପୁରୁଣା ମାନହାନୀ ମାମଲାରେ ଗୁଜରାଟର ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ କୋର୍ଟ ତାଙ୍କୁ ୩୦ ଦିନ ପାଇଁ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି। ସୂଚନାମୁତାବକ ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ମୋଦୀ ଉପନାମକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକର କୋଲାରରେ ଏକ ସାଧାରଣ ସଭାରେ ରାହୁଲ କହିଥିଲେ – ସମସ୍ତ ଚୋରଙ୍କ ନାମ କିପରି ମୋଦୀ ? ଆଉ କେତେ ମୋଦୀ ବାହାରିବେ?

ତେବେ ରାହୁଲଙ୍କ ଦଣ୍ଡ ପରେ କଂଗ୍ରେସ ସଭାପତି ଖଡ଼ଗେ କହିଛନ୍ତି ଯେ ଭୟଭୀତ, ଏକଛତ୍ରବାଦୀ ବିଜେପି ସରକାର ରାହୁଲ ଗାନ୍ଧୀ ଏବଂ ବିରୋଧୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଏଭଳି କରୁଛନ୍ତି କରୁଛନ୍ତି। କାରଣ ଆମେ ସେମାନଙ୍କ କଳା କାର୍ଯ୍ୟକୁ ପ୍ରକାଶ କରୁଛୁ ଆଉ ଏହି ସବୁ ଦେଖି ସେମାନେ ଚୁପ ବସି ପାରୁନାହାନ୍ତି । କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯଦି ସେମାନେ କାହାକୁ ଗୋଟିଏ ଆଙ୍ଗୁଠି ଦେଖାନ୍ତି, ତେବେ ଚାରି ଆଙ୍ଗୁଠି ମଧ୍ୟ ସେମାନଙ୍କୁ ସୂଚିତ କରିଥାଏ ।

ତେବେ ଏହି ଘଟଣା ପରେ କଂଗ୍ରେସ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରୋଫାଇଲ ଫଟୋ ବଦଳାଇ ଦେଇଛି। ଏହା ସହିତ ଅନେକ କଂଗ୍ରେସ ନେତା ଓ କର୍ମୀ ମଧ୍ୟ ଏହି ଫଟୋକୁ ନିଜ ପ୍ରୋଫାଇଲରେ ରଖିଛନ୍ତି। ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଂଗ୍ରେସ ଏହାର ଅଫିସିଆଲ୍ ଆକାଉଣ୍ଟରେ ଏକ ନୂଆ ପ୍ରୋଫାଇଲ୍ ଫଟୋ ରଖିଛି। ଏହି ଫଟୋ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ନିଆଯାଇଛି, ଯେଉଁଥିରେ ଲେଖା ଅଛି- ‘ଭୟ କର ନାହିଁ!’

Get real time updates directly on you device, subscribe now.