fbpx

ଏବେ ଘରେ ରଖିପାରିବେ ୪ ପେଟି ବିୟର୍, ୨୪ ବୋତଲ ମଦ; ଏହି ରାଜ୍ୟରେ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ୨୦୨୧-୨୨ (ଏଫୱାଇ୨୨) ଆର୍ଥିକ ବର୍ଷର ଶେଷ ପାଇଁ ଆଉ ମାତ୍ର କିଛି ବାକି ଅଛି । ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଅନେକ ନିୟମ ପରିବର୍ତ୍ତନ କରାଯାଏ । ରାଜ୍ୟ ସରକାର ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷରେ ଏକ୍ସାଇଜ୍ ପଲିସିରେ ପରିବର୍ତ୍ତନ କରନ୍ତି । ମଧ୍ୟପ୍ରଦେଶର ଲୋକଙ୍କ ପାଇଁ ଏଥର ଏକ୍ସାଇଜ୍ ପଲିସି ରେ ଅନେକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସପ୍ତାହରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ନୀତି କାର୍ୟ୍ୟକାରୀ ହେବା ମାତ୍ରେ ଇଂରାଜୀ ମଦ ଶସ୍ତା ହୋଇଯିବ । ଏହା ସହିତ ଘରେ ମଦ ରଖିବାର ସୀମା ମଧ୍ୟ ବଢ଼ିଯିବ । ଏପ୍ରିଲ ୧ ରୁ ମଧ୍ୟପ୍ରଦେଶର ଲୋକମାନେ ୪ ବାକ୍ସ ବିୟର ଏବଂ ୨୪ ବୋତଲ ମଦ ଘରେ ରଖିପାରିବେ ।

ମଧ୍ୟପ୍ରଦେଶ ସରକାରର ଅବକାରୀ ନୀତି ୨୦୨୨-୨୩ ରେ ଇଂରାଜୀ ମଦର ଖୁଚୁରା ଦାମ୍ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିଛି । ଏହା ବ୍ୟତୀତ ରାଜ୍ୟର ସମସ୍ତ ବିମାନବନ୍ଦରରେ ତଥା ୪ଟି ବଡ଼ ସହର ଇନ୍ଦୋର, ଭୋପାଳ, ଜବଲପୁର ଓ ଗ୍ୱାଲିୟର୍ ସୁପରମାର୍କେଟ୍ ରେ ମଦର ଖୁଚୁରା ବିକ୍ରିକୁ ମଞ୍ଜୁରୀ ଦେଇଛନ୍ତି । ଖାସ୍ କଥା ହେଉଛି ସରକାର ଘରେ ବାର୍ ଖୋଲିବାକୁ ଅନୁମତି ଦେଇଛନ୍ତି । ହେଲେ ଏହି ଅନୁମତି କେବଳ ସେହି ମାନଙ୍କୁ ଦିଆଯାଇଛି ଯେଉଁ ମାନଙ୍କର ବାର୍ଷିକ ରୋଜଗାର ୧ କୋଟିରୁ ଅଧିକ ।

ନୂତନ ଏକ୍ସାଇଜ୍ ନୀତିରେ ଜିଲ୍ଲା ସ୍ତରୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସ୍ଥଳେ ମଦ ଦୋକାନଗୁଡିକର ସ୍ଥାନ ପରିବର୍ତ୍ତନ କରିବାର ଅଧିକାର ଦିଆଯାଇଛି । ଏହି କମିଟିରେ ଜିଲ୍ଲା ଅଧିକାରୀ ଏବଂ ବିଧାୟକମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଲୋକମାନଙ୍କୁ ବର୍ତ୍ତମାନ ଘରେ ମଦ ରଖିବାର ଲିମିଟ୍ କୁ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଜଣେ ବ୍ୟକ୍ତି ନିଜ ଘରେ ୧ ବାକ୍ସ ବିୟର ଏବଂ ୬ ଟି ବୋତଲ ମଦ ରଖିପାରୁଛନ୍ତି । ହେଲେ ଏବେ ଏହି ଲିମିଟ୍ କୁ ୪ ଗୁଣ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.