fbpx

ରାଜ୍ୟରେ ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର, ୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସତର୍କତା ଦୃଷ୍ଟିରୁ ସମସ୍ତ ମଦ ଦୋକାନକୁ ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ରାଜ୍ୟରେ କାଉଣ୍ଟରରେ ଦେଶୀ ମଦ ମିଳିବ ବୋଲି ସୂଚନା ମିଳିଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମଦ କାଉଣ୍ଟର ଖୋଲିବ ।  ସମସ୍ତ କୋଭିଡ଼ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ମାସ୍କ ଓ ସାମାଜିକ ଦୂରତା ନିୟମ ନମାନିଲେ ଗରାଖକୁ ମଦ ବିକ୍ରି କରାଯିବ ନାହିଁ । ଦୋକାନରେ ମଦ୍ୟପାନ କରିବାକୁ ଅନୁମତି ମିଳିନାହିଁ । ଏଥିସହିତ ମଦ ବିକ୍ରି ବେଳେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଦୋକାନୀ କରିବେ । ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧ରୁ ଦେଶୀ ମଦର ହୋମ୍ ଡ଼େଲିଭରିକୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.