fbpx
BSKY SKY
BSKY SKY

Liz Truss ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ: ପଛରେ ପଡ଼ିଲେ ରିଷି ସୁନକ

BSKY

ନୂଆଦିଲ୍ଳୀ: ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହେବେ ଲିଜ୍ ଟ୍ରସ୍ । ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଜିତିଲେ ଲିଜ୍ ଟ୍ରସ୍ ।

ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ଭାବରେ ପାର୍ଟୀ ସଦସ୍ୟଙ୍କୁ ପୂର୍ବ ଚାନ୍ସେଲର ଋଷି ସୁନକ ଏବଂ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ଙ୍କୁ ବାଛିବାର ଥିଲା । ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କନଜରଭେଟିଭ ପାର୍ଟୀର ପ୍ରାୟ ୧ ଲକ୍ଷ ୬୦ ହଜାର ରୁ ଅଧିକ ସଦସ୍ୟ ଭୋଟ୍ ଦେଇଥିଲେ । ଋିଷି ସୁନକଙ୍କ ୁ ମୋଟ୍ ୬୦,୩୯୯ ଭୋଟ୍ ମିଳିଥିବା ବେଳେ । ଲିଜ୍ ଟ୍ରସଙ୍କୁ ୮୧,୩୨୬ ଭୋଟ୍ ମିଳିଛି ।

 

 

Get real time updates directly on you device, subscribe now.