ପିପିଲି ପାଇଁ ଆସିଲା ବିଜେପି ଷ୍ଟାର ପ୍ରଚାରକ ତାଲିକା

News across the Earth, news close to your heart, Read Odisha Bhaskar English

ପିପିଲି,୩୦ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ୩୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କ ନାଁ ସାମିଲ ରହିଛି । ଏହା ସହ ଡି ପୁରନ୍ଦେଶ୍ୱରୀ, ସମୀର ମହାନ୍ତି, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ସମ୍ବିତ ପାତ୍ର, ପ୍ରଦୀପ୍ତ ନାଏକ, କେଭି ସିଂହଦେଓ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ବିଷ୍ଣୁ ସେଠୀ, ଅପରାଜିତା ଷଢଙ୍ଗୀ, ଲେଖାଶ୍ରୀ ସାମନ୍ତ ସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ଓ ଶ୍ରୀତମ ଦାସ ସାମିଲ ଅଛନ୍ତି ।

ସେହିପରି ବିଜେପି ତାଲିକାରେ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ବରିଷ୍ଠ ନେତା କେଭି, ପୃଥୀରାଜ, ଗୋଲକ, ପ୍ରକାଶ ମିଶ୍ର ଆଦି ବରିଷ୍ଠ ନେତା ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.