fbpx

ପିପିଲି ଉପନିର୍ବାଚନ: ଆସିଲା କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କିଏ କିଏ?

ପିପିଲି,୨ ।୪(ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି । ଏଥିପାଇଁ ବିଜେପି ଓ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ଡକ୍ଟର ଏ ଚେଲା କୁମାରଙ୍କ ସମେତ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ ।

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନିରଞ୍ଜନ ପଟ୍ଟନାୟକ, ଭକ୍ତଚରଣ ଦାସ, ଜି.ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଜୟଦେବ ଜେନା, ଶରତ ରାଉତ, ବିଶ୍ୱ ରଞ୍ଜନ ମହାନ୍ତି, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲ୍ଲାକା, ସୁରେଶ ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରାମ ଖୁଣ୍ଟିଆ, ସତ୍ୟ ନାୟକଙ୍କ ନାଁ ରହିଛି ।

Get real time updates directly on you device, subscribe now.