fbpx

ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଝିଅ ପରିରୂପା: ୧ ଘଣ୍ଟାରେ ଗାଉଛନ୍ତି ୭ ସହ ଶ୍ଲୋକ

କଥାରେ ଅଛି ଇଚ୍ଛା ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ । ହେଲେ ଆଜିର ପିଢୀ ପଥଭ୍ରଷ୍ଟ ହେଉଥିବା ବେଳେ ଏହି କୁନିଝିଅ କିନ୍ତୁ କରି ଦେଖାଇଛି ଏକ ନୂଆ ରେକର୍ଡ । ଶ୍ରୀମଦ୍ ଭଗବତ ଗୀତାର ୭ ଶହ ଶ୍ଳୋକକୁ ଏକ ଘଂଟାରେ ଆବୃତି କରି ବନାଇଛି ବିରଳ ରେକର୍ଡ । ଏନେଇ ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଛି ୮ ବର୍ଷର କୁନି ଝିଅ ପରିରୂପା ।

ମୟୁରଭଞ୍ଜ ଜିଲା ଉଦଳା ବ୍ଲକ ବଳଭଦ୍ରପୁର ଗ୍ରାମର ତପନ ମହାନ୍ତ ଏବଂ ମମତା ମହାନ୍ତଙ୍କର ଗୋଟିଏ ବୋଲି ଝିଅ ପରିରୂପା । ଘରେ ପ୍ରତିଦିନ ମା ଗୀତା ପଢୁଥିବାର ଦେଖି ମାତ୍ର ୭ ବର୍ଷ ବୟସରେ ସେ ଗୀତା ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଗୀତାର ୧୮ ଗୋଟି ଅଧ୍ୟାୟର ଗୋଟିଏ ଗୋଟିଏ ଶ୍ଳୋକ ପଢିବା ସହିତ ତାହାକୁ ବୁଝିବା ଆରମ୍ଭ କରିଲେ । ହେଲେ ଧୀରେ ଧୀରେ ଗୀତାର ଶ୍ଲୋକରେ ସେ ଏପରି ହଜିଗଲେ ଯେ ଗୀତାର ସମସ୍ତ ସଂସ୍କୃତ ଶ୍ଳୋକକୁ ଆବୃତି କରିବାକୁ ଲାଗିଲେ । ମୁହଁ ଖୋଲିଲେ ବାହାରି ଚାଲିଲା ଅନର୍ଗଳ ଗୀତାର ଶ୍ଳୋକ । କେବଳ ସେତିକି ନୁହେଁ ଗୀତା ପଢିବା ପରେ ସେ ଯଥା ସମ୍ଭବ ସାଧାରଣ ଲୋକଙ୍କୁ ଗୀତାର ସାରମର୍ମ ବୁଝାଇ ବା ସହ  ବିପଥଗାମୀ ହେଉଥିବା  ଲୋକଙ୍କୁ ସୁପଥଗାମୀ କରାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.