fbpx
BSKY
BJD MC SKY
BJD YOUTH SKY

ବିନା Internetରେ ଚାଲିବ Live TV: ମାଗଣାରେ ମୋବାଇଲରେ ଦେଖିହେବ ବିଶ୍ୱକପ

ବର୍ତ୍ତମାନ ସମୟରେ ପ୍ରତ୍ୟେକ କାମ ପାଇଁ ଇଣ୍ଟରନେଟର ଖୁବ ଆବଶ୍ୟକ ରହିଛି । ଇଣ୍ଟରନେଟ ବିନା ସ୍ମାର୍ଟପୋନ ଅଦରକାରୀ ବା ମୂଲ୍ୟହୀନ ପରି ମନେ ହେଉଛି । ଇଣ୍ଟରନେଟରେ ଲାଇଭ ଟିଭି ସହ ଅନେକ ଅନଲାଇନ ଗେମ୍ ଯୋଗୁଁ ଯୁବପିଢୀ ନିଜ ସମୟ ଅତିବାହିତ କରି ପାରୁଛନ୍ତି । କିନ୍ତୁ ଖୁବଶୀଘ୍ର ମୋବାଇଲରେ ଲାଇଭ ଟିଭି ଦେଖିବା ଆହୁରି ସହଜ ହୋଇଯିବ । ୟୁଜର ବିନା ଇଣ୍ଟରନେଟରେ ଦେଖିପାରିବେ ଲାଇଭ ଟିଭି ପ୍ରୋଗ୍ରାମ । ଅର୍ଥାତ୍ ଯେଉଁ ଟିଭି ଚାନେଲଗୁଡ଼ିକୁ ବର୍ତ୍ତମାନ ଇଣ୍ଟରନେଟ ଦ୍ୱାରା ଦେଖାଯାଉଛି, ଏହାକୁ ମାଗଣାରେ ଦେଖିପାରିବେ ଲୋକେ ।

ରିପୋର୍ଟ ଅନୁସାରେ, ଡାଇରେକ୍ଟ-ଟୁ-ମୋବାଇଲ(D2M)ବ୍ରଡକାଷ୍ଟିଙ୍ଗ ସିଷ୍ଟମ ଜରିଆରେ ଏହା ସମ୍ଭବ ହୋଇପାରିବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ପ୍ଲାଟଫର୍ମ ଟେଲି କମ୍ୟୁନିକେସନ ବିଭାଗ ଏବଂ ଆଇଆଇଟି କାନପୁରର ମିଳିତ ଉଦ୍ୟମରେ ଏଥିପାଇଁ ପ୍ଲାନ ଆରମ୍ଭ ହୋଇଛି । ଏହାଦ୍ୱାରା ମୋବାଇଲରେ ମାଗଣା ଡିଟିଏଚ ଟିଭି ଚାନେଲର ପ୍ରସାରଣ କରାଯିବ । D2M ଟେକ୍ନୋଲୋଜି ବ୍ୟବହାର କରି ବିନା ଇଣ୍ଟରନେଟରେ ଲାଇଭ ଟିଭି ସହିତ ସିନେମା ଏବଂ ବିଶ୍ୱକପ ମଧ୍ୟ ଦେଖିପାରିବେ କ୍ରିକେଟପ୍ରେମୀ ।

ଏହି ଟେକ୍ନୋଲୋଜି ମାଧ୍ୟମରେ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଏବଂ କ୍ରିକେଟ ମ୍ୟାଚ ଦେଖିବା ପାଇଁ ସକ୍ଷମ ହୋଇପାରିବେ ସ୍ମାର୍ଟଫୋନ ୟୁଜର । ଇଣ୍ଟରନେଟ ଖର୍ଚ୍ଚ ନ କରି ମଧ୍ୟ ମୋବାଇଲରେ ସମସ୍ତ କାର୍ଯ୍ୟକ୍ରମ ଦେଖିବା ପାଇଁ ଏହି ପ୍ଲାନ ଖୁବଶୀଘ୍ର ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି । ତେବେ ଆଆଇଟି କାନପୁରଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପାଇଁ ଏହା ଏକ ବଡ଼ ଉପଲବ୍ଧ ହେବ ।

Get real time updates directly on you device, subscribe now.