fbpx

ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ: ଠାବ ହେଲା ୭.୨୧ କୋଟିର ସମ୍ପତ୍ତି

Advertisement

ଭୁବନେଶ୍ୱର: ଠାବ ହେଲା କଳାରାହାଙ୍ଗ ଏଲଆଇଙ୍କ ଅମାପ ସଂପତ୍ତି । ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ୭.୨୧ କୋଟିର ସଂପତ୍ତି ଠାବ ହୋଇଛି । ଠାବ ହୋଇଥିବା ସମ୍ପତ୍ତିରେ ରହିଛି ୯୧ ପ୍ଲଟ, ୫ କୋଠା, ୨ଟି ଫ୍ଲାଟ୍, ୩୯ ଲକ୍ଷର ବ୍ୟାଙ୍କ ଜମା । ସେହିପରି ୫ ଶହ ଗ୍ରାମ ସୁନା, ୨୫୦ ଗ୍ରାମ ରୂପା, ଗୋଟିଏ କାର୍ ମଧ୍ୟ ଠାବ ହୋଇଛି ।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ କଳାରାହାଙ୍ଗ ଏଲଆଇ ଜଗନ୍ନାଥ ରାଉତଙ୍କ ଘରେ ରେଡ କରିଥିଲା । କଳାରାହାଙ୍ଗ ଅଫିସ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସର ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ଥିଲେ ।

Get real time updates directly on you device, subscribe now.