fbpx

ଏପ୍ରିଲ ୨୪ରୁ ଆରମ୍ଭ ହେବ ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ମାସ ୨୪ ତାରିଖରୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଆରମ୍ଭ ହେବ । ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (ସିବିଆରଇ) ମୋଡ଼ରେ ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷାର ୧୫ ଦିନ ପୂର୍ବରୁ ଆଡମିସନ ଲେଟର ଅପଲୋଡ୍ କରାଯିବ । ସେଥିରେ ପରୀକ୍ଷା ତାରିଖ, ଭେନ୍ୟୁ, ସମୟ, ସେଣ୍ଟର ବାବଦରେ ଉଲ୍ଲେଖ କରାଯିବ ।

ମୋଟ ୨୭୧୨ଟି ପଦ ପୂରଣ ପାଇଁ ଗତବର୍ଷ ଅକ୍ଟୋବର ମାସ ୨୦ ତାରିଖରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅକ୍ଟୋବର ୨୦ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ତିମ ତାରିଖ ନଭେମ୍ବର ୨୪ରୁ ୨୭କୁ ବୃଦ୍ଧି କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା / ସର୍କଲ / ଡିଭିଜନମାନଙ୍କରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଲିଙ୍କ: https://www.osssc.gov.in/Docs/CRE-CBRE-WRITTEN-NOTICE.PDF

Get real time updates directly on you device, subscribe now.