fbpx

ଏହି ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ କଟକଣା, ଜାଣନ୍ତୁ ଟିକ୍ ନିକ୍ ତଥ୍ୟ

ଗଞ୍ଜାମ,୧୪ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ଲକଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି ।

ଏହି କ୍ରମରେ ଦିନ ୧୨ଟାରୁ ସକାଳ ୭ଟା ଯାଏ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍ ହେବ । ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ । ସକାଳ ୭ଟାରୁ ଦିନ ୧୨ ଯାଏ ସଟଡାଉନ୍ ଟିକେ କୋହଳ ହେବ । କେବଳ ତେଜରାତୀ, ପନିପରିବା ଓ ଔଷଧ ଦୋକାନ ଖୋଲାରହିିବ । ସକାଳ ୭ଟାରୁ ୧୨ଯା ଯାଏ ବସ୍ ଚଳାଚଳ ବି ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.