fbpx
BSKY
BJD SHG SKY
BJD YOUTH SKY

ବାତ୍ୟା ‘ୟାଶ’ ପାଇଁ ୧୦ ଜିଲ୍ଲାରେ କୋହଳ ହେଲା ଲକଡାଉନ୍, ବଢ଼ିଲା ଦୋକାନ ଖୋଲିବା ସମୟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଲାଗି ରହିଥିବା ବେଳେ ବର୍ତ୍ତମାନ ଜନସାଧାରଣ ବାତ୍ୟା ‘ୟାଶ’କୁ ନେଇ ଆଶଙ୍କା ଭିତରେ ରହିଛନ୍ତି । ତେବେ ‘ୟାଶ’ ପାଇଁ ୧୦ ଜିଲ୍ଲାରେ ଲକଡାଉନ୍ କୋହଳ କରାଯାଇଛି । ଆଜି ଓ କାଲି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ ବୋଲି କୁହାଯାଇଛି । ଦୁଗ୍ଧ, ମାଛ, ମାଂସ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଆଦି ୧୦ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ଏନେଇ ସ୍ପେଶାଲ ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.