fbpx

ଲକ ଡାଉନରେ ହରିଣ ଭୋଜି !

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଲକ ଡାଉନରେ ହରିଣ ଭୋଜି ! ଭୋଜି ପୁଣି ଆଉ କେଉଁଠି ନୁହେଁ ଫରେଷ୍ଟ ରେଂଜ ଅଫିସରେ । ଏଭଳି ଅଭିଯୋଗ ଆସିଛି ପୂରୀ ଜିଲ୍ଲା ବ୍ରହ୍ମଗିରିରୁ । ସ୍ଥାନୀୟ ଅଭୟାରଣ୍ୟରୁ ଗାଁ ଭିତରକୁ ଚାଲିଆସିଥିଲା ହରିଣ । ଗାଁ ଲୋକଙ୍କ ଅଭିଯୋଗ ପାଇ ସ୍ଥାନୀୟ ବନ ବିଭାଗ ହରିଣଟିକୁ କାବୁ କରିଥିଲା । କିନ୍ତୁ ନିୟମ ଅନୁଯାୟୀ ତୁରନ୍ତ ହରିଣଟିକୁ ଅଭୟାରଣ୍ୟରେ ଛାଡି ନଦେଇ ଏକ ଷ୍ଟାଫ କ୍ୱାଟରେ ତାଲା ଦେଇ ରଖିଥିଲା । ଏପରକି ଲକ ଡାଉନରେ ହରିଣ ଭୋଜି କରାଯିବା ଯୋଜନା ଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ଏନେଇ ସେ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତଛଡା ୧୯୭୨ ବନ୍ୟଜୀବ ସଂରକ୍ଷଣ ଆଇନ ଉଲଂଘନ ଅଭିଯୋଗରେ ବ୍ରହ୍ମଗିରି ଫରେଷ୍ଟ ଅଫିସର କର୍ମଚାରୀଙ୍କ ନିଲମ୍ବନ ଦାବି କରିଛନ୍ତି । ସେହିପରି ପୂର୍ବରୁ ୨ ଟି ହରିଣ କାବୁ ହୋଇଥବା ବେଳେ ଏବେ ଗୋଟିଏ ଗାୟବ ଥିବା ନେଇ ପ୍ରଶ୍ନ କରିଛନ୍ତି ଆଇନଜୀବୀ ଚିନ୍ମୟ ଦାଶ ।

Get real time updates directly on you device, subscribe now.