fbpx

ଲକ ଡାଉନ ପାଇଁ ପୋଲିସ ଜିପ୍ସିରେ ରେ ଦବଙ୍ଗ ଷ୍ଟାଇଲରେ ବହାହେବାକୁ ଏଣ୍ଟ୍ରି ମାରିଲା ବର

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର):ବାହାଘର ପୂର୍ବରୁ ଧାର୍ଯ୍ୟ ସରିଥିଲା । ସରକାରଙ୍କ ନିୟମ ମୁତାବକ ଆର୍ଯ୍ୟସମାଜ ମନ୍ଦିରରେ ସାମଜିକ ଦୂରତା ରଖାଯାଇ ଆୟୋଜନ କରାଯାଇଥିଲା । ପଣ୍ଡିତ ,କନ୍ୟ ପିତା ଓ କନ୍ୟା ପଂହଚି ସାରିଥିଲେ । ହେଲେ ଦେଖାନଥିଲା ବରର । କିନ୍ତୁ ହଠାତ ବରର ଏଣ୍ଟ୍ରି ଏଭଳି ହେଲା ଯେ ସମସ୍ତେ କାବା ହୋଇ ଚାହିଁରହିଲେ । ପୋଲିସ ଜିପ୍ସିରେ ରେ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲା ବର । ସାଙ୍ଗରେ ଥିଲେ ବରପିତା ।

କିନ୍ତୁ ବର କୈାଣସି ପୋଲିସର ବଡ ବାବୁ ନୁହନ୍ତି କି କୈାଣସି ନେତା ମନ୍ତ୍ରୀଙ୍କର ସମ୍ପର୍କୀୟ ବି ନୁହନ୍ତି । ବାସ୍ତବିକ ଦିଲ୍ଲୀର ୨୭ ବର୍ଷୀୟ କୁଶଲଙ୍କ ବାହାହେବାକୁ ଯାଉଥିଲେ । ହେଲେ ଲକ ଡାଉନ ପାଇଁ କୈାଣସି ଗାଡିବାଲା ତାଙ୍କୁ ନେବାକୁ ପ୍ରସ୍ତୁତ ନଥିଲେ । ସେଥିପାଇଁ କୁଶାଲଙ୍କ ବାପା ନରେଶ ସ୍ଥାନୀୟ ପୁଲିସ କୁ ଯୋଗାଯୋଗ କରିଥିଲେ । ପେଲିସ ତାଙ୍କ ସମସ୍ୟା ଶୁଣିବା ପରେ ତାଙ୍କୁ ବାହାଘର ପାଇଁ ଧାର୍ଯ୍ୟ ହୋଇଥିବା ଗ୍ରେଟରକୈଲାଶ ଆର୍ଯ୍ୟ ସମାଜ ମନ୍ଦରରେ ପଂହଚାଇଥିଲା ।

ଏବେ ବାହାଘର ନେଇ ବେଶ ଖୁସୀ କନ୍ୟା ପୂଜା । ପୂଜାଙ୍କ କହିବା ଅନୁଯାୟୀ ଲକ ଡାଉନରେ ବାହା ହେବା ଏକ ସ୍ମୃତି ତଛଡା କୁଶାଲ ଯେଉଁଭଳି ଏଣ୍ଟ୍ରି ମାରିଲେ ତାହା ଆନନ୍ଦ ଦାୟକ ଥିଲା ।

Get real time updates directly on you device, subscribe now.