fbpx

ଆଜି ଥାନାରେ ହାଜର ହେବେ ଅର୍ଣ୍ଣବ ଗୋସ୍ୱାମୀ

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଥାନାରେ ହାଜର ହେବେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଳିକ ଟିଭି ର ଏଡିଟର ଅର୍ଣ୍ଣବ ଗୋସ୍ୱାମୀ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଲାଇଭ ଟିଭି ସୋରେ ଦେଇଥିବା ମନ୍ତବ୍ୟ ଘଟଣା ତଦନ୍ତ ପାଇଁ ହାଜର ହେବେ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଆଜି ଦିନ ୯ଟାରେ ଥାନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋନିଆ ଗାନ୍ଧିଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଦେଶବ୍ୟପୀ ଅର୍ଣ୍ଣବଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା ।ଯାହାକୁ ନେଇ ଅର୍ଣ୍ଣବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ତାଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ କଂଗ୍ରେସ ନେତା ତଥ୍ୟା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତିନ ରାଉତ ନାଗପୁରରେ କରିଥିବା ଏକ ଅଭିଯୋଗ ଆଧାରରେ ସିଆରପିସି ଧାରା ୪୧୪ ରେ ମୁମ୍ବାଇ ପୋଲିସ ତଦନ୍ତ ପାଇଁ ତାଙ୍କୁ ନୋଟିସ କରିଥିଲା । ପୂର୍ବରୁ ସୋନିଆ ଗାନ୍ଧିଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଅର୍ଣ୍ଣବଙ୍କ ଉପରେ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.