fbpx

କରୋନା ରୋଗୀଙ୍କ ଶବ ସତ୍କାର ରେ ବାଧା ଦେଲେ ୩ ବର୍ଷ ଜେଲ

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଦେଶରେ କରୋନା ତାଣ୍ଡବ । ଏପର୍ଯ୍ୟନ୍ତ ୮୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ବରଣ କଲେଣି । ମୃତକଙ୍କ ଶବସତ୍କାର ରେ ପାଇଁ ଗାଇଡଲଇନ ଜାରୀ କରିଛନ୍ତି ସରକାର । ହେଲେ ଦେଶର ବିଭିନ୍ନ ସ୍ଥାନରେ ମୃତକଙ୍କ ଶବସତ୍କାର ବେଳେ ବାଧା ଦେଉଛନ୍ତି ସ୍ଥାନୀୟ ଲୋକେ । ସର୍ବସାଧାରଣ ଶ୍ମଷାନରେ ସତ୍କାର କରିବାକୁ ବିରୋଧ କରୁୂଛନ୍ତି ।

ନିକଟରେ ତାମିଲନାଡୁରେ କରୋନା ସଂକ୍ରମିତ ଦୁଇ ଡାକ୍ତର ମୃତ୍ୟୁବରଣ କରିଥିଲେ । ହେଲେ ପରିବାର ଲୋକେ ସରକାରଙ୍କ ନିଦ୍ଧାରିତ ଗାଇଡଲାଇନ ମାନି ଶବସତ୍କାର କରିବାକୁ ଗଲାବେଳେ ବିରୋଧ କରିଥିଲେ ସ୍ଥାନୀୟ ଲେକେ । ଏପରକି ସେଠାରେ ଉପସ୍ତିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ବି ଆକ୍ରମଣ କରାଯାଇଥିଲା । କରୋନା ଯୋଦ୍ଧାଙ୍କୁ ଏଭଳି ଅସମ୍ମାନକୁ ଦେଶବ୍ୟାପି ନିନ୍ଦା କରାଯାଇଥିଲା ।

ଏବେ ତାମିଲନାଡୁ ସରକାର ଏଥିପାଇଁ ନୂଆ ଆଇନ ଆଣିଛନ୍ତି । ଯେଉଁଥିରେ କରୋନା ରୋଗୀଙ୍କ ଶବସତ୍କାର ରେ ବାଧା ଦେଲେ ସର୍ବାଧିକ ୩ ବର୍ଷ ଓ ସର୍ବନିମ୍ନ ୧ବର୍ଷ ଜେଲ ଓ ଜରିମାନା ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.