fbpx

ତାସରୁ ନାଶ୍ ,ତାସ ଖେଳରୁ ୪୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର :୨୭ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ତାସ ଖେଳ । ତାସ ନିଶାରେ ଭୋଳ ହୋଇ ହେଲେ କରୋନା ଆକ୍ରାନ୍ତ । ଜଣଙ୍କଠୁ ୨୪ ଓ ଅନ୍ୟ ଜଣଙ୍କଠୁ ୧୫ ଜଣଙ୍କୁ ବ୍ୟାପିଲା କରେନା । ଆନ୍ଧ୍ରପ୍ରଦେଶର ଏହି ଘଟଣା ଏବେ ସମଗ୍ର ଦେଶରେ ଚହଳ ପକାଇଛି । ଲକ ଡାଉନ ବେଳେ ଘରେ ବସି ବୋର ହେଉଥିଲେ ଲୋକେ । ବାହାରେ ପୋଲିସର କଡା ପହରା ।ବାହାରକୁ ବାହାରିବା ମୁସ୍କିଲ । ଏଭଳି ଅବସ୍ଥାରେ ଘରି ବସି ବୋର ହେଉଥିବା ଲୋକେ ତାସ ଖେଳି ସମୟ ବିତାଇବାକୁ ସ୍ଥିର କଲେ । କିନ୍ତୁ ଘରେ ବସି ବୋର ହେବାଠୁ ମେଡିକାଲରେ ଚିକିତ୍ସିତ ହୋଇ ବୋର ହେବା ଯେ ଅଧିକ ଯନ୍ତ୍ରଣା ଦାୟକ ତାର ଅନ୍ଦାଜ ଲଗାଇପାରିଲେନି ।

ଆନ୍ଧ୍ରପଦେଶ କ୍ରିଷ୍ଣା ଜିଲ୍ଲାରେ ତାସ ଖେଳରୁ ୨୪ ଜଣ ସଂକ୍ରମିତ ହୋଇଛନ୍ତିି । ଏମାନଙ୍କ ମଧ୍ୟରେ ଜଣେ ଟ୍ରକ ଡ୍ରାଇଭର ଥିଲେ । ଯେକି କରୋନା ସଂକ୍ରମିତ ହୋଇଥିଲେ ବି ଲକ୍ଷଣ ଦେଖାଯାଉନଥିଲା । ପରେ ଦେହ ଅସୁସ୍ଥ ହେବାରୁ ଟେଷ୍ଟ ପରେ କରୋନା ପଜେଟିଭ ବୋଲି ଜଣାପଡିଲା । ବାସ ତାଙ୍କ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯିବାରୁ ମୋଟ ୨୪ ଜଣ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହେଲା ।

ସମାନ ଢ଼ଙ୍ଗରେ ଅନ୍ୟ ଏକ ଘଟଣାରେ ସେହି ତାସ ଖେଳରୁ ହିଁ କ୍ରିଷ୍ଣା ଜିଲ୍ଲାରେ ଆହୁରି ୧୫ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଖେଳ ସମୟରେ ଶାରୀରୀକ ଦୂରତା ନରଖିବାର ପରିଣାମ ଭୋଗିଛନ୍ତି ୪୦ ଜଣ ।

Get real time updates directly on you device, subscribe now.