fbpx

ଲକଡ଼ାଉନ – କାହା ପାଇଁ କେମିତି !

ସାରା ବିଶ୍ୱ ଏବେ ଏକ କରାଳ କାୟାରେ କବଳିତ । ଏଠି ପ୍ରତି ମୁହୂର୍ତ୍ତରେ ଶଙ୍କା ଆଉ ଆଶଙ୍କା । ଛାତିରେ ଛାତିଏ ଛନକା ସହ ପ୍ରତିଟି କ୍ଷଣକୁ ବେଶ ସହଜରେ ଅନୁଭବ କରୁଛି ମଣିଷ । ଜୀବନର ରଙ୍ଗୀନ ସମୟ ଆଜି ଆଉ ନାହିଁ । ପ୍ରକୃତିର ଏ ବିକଟାଳ ମହାମାରୀ ରୂପ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗାଁ ଠୁ ସହର ସବୁଠି ଭୟର ବାତାବରଣ । ରାଜରାସ୍ତାରୁ ଗାଁ ରାସ୍ତା ସବୁ ଆଜି ଖାଁ ଖାଁ । ଚୀନ , ଇଟାଲୀରୁ ଆରମ୍ଭ ହୋଇ ଅନେକ ରାଷ୍ଟ୍ରରେ ନିଜ ମାୟାଜାଲ ବୁଣିସାରିଲାଣି ଏ ମହାମାରୀ କରୋନା । କରୋନା – ଏବେ ସବୁଆଡ଼େ ଚର୍ଚ୍ଚା । ଆଜି ଆଉ କେଉଁଠି ଖଟିର ଆସର ଜମୁନାହିଁ । ନା ଅଛି ସାଙ୍ଗସାଥୀ ମେଳ , ନାଁ ବୁଲାବୁଲିର ବେଳ । କରୋନା ପାଇଁ ସବୁକିଛି ଆଜି ନିସ୍ତବ୍ଧ ପ୍ରାୟ । ଭାରତରେ ୨୧ ଦିନିଆ ଲକଡ଼ାଉନ ଅବଧି ସରୁଥିବା ବେଳେ ଓଡ଼ିଶା ସରକାର ଏହି ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ତେବେ ଲକଡ଼ାଉନ ପାଇଁ ସମସ୍ତେ କିନ୍ତୁ ନିଜ ଆତ୍ମୀୟଙ୍କ ସହ ସମୟ କାଟିବାର ଏକ ନିଆର ସମୟ ପାଇଛନ୍ତି । ଘରେ ଜମୁଛି ରୋଷେଇ , ତାସ , ଲୁଡ଼ୁପାଲିର ଅ।।ସର । ତେବେ ଏହି ଲକଡ଼ାଉନ ସମୟରେ ବିଭିନ୍ନ ବର୍ଗର ଲୋକ କିପରି ନିଜ ସମୟକୁ ଅତିବାହିତ କରୁଛନ୍ତି , ସେସମ୍ପର୍କରେ ଆମେ କେତେକଙ୍କ ମତାମତ ଲୋଡ଼ିଥିଲୁ ….

ଚା ଆମେ ସମସ୍ତେ ଜାଣୁ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ସେଥିପାଇଁ ସାରା ବିଶ୍ୱ ଚିନ୍ତିତ ଅଛି । ଆମ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଜଣେ ସଚେତନ ନାଗରିକ ଭାବେ ଆମେ ମଧ୍ୟ ଏଥିପାଇଁ ସତର୍କ ରହିବା ସହ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରତ୍‌ିଟି ନିୟମକୁ ପାଳନ କରିବା ଦରକାର । କରୋନା ଯୁଦ୍ଧରେ ଆମେ ସମସ୍ତଙ୍କ ପାଇଁ ଲଢ଼ୁଥିବା ଡ଼ାକ୍ତର , ପୋଲିସ ଏବଂ ଆମ ପାଇଁ ସେମାନଙ୍କ ସ୍ୱାର୍ଥକୁ ଜଳାଂଜଳି ଦେଇଥିବା ସମସ୍ତ ବ୍ୟକ୍ତି ମାନଙ୍କୁ କୃତଜ୍ଞତା ଜଣାଉଛି । ସମୟ କଥା କହିଲେ , ଏମିତି ଏତେ ସମୟ ଘରେ ରହିବାର ସୁଯୋଗ କେବେ ମିଳି ନଥିଲା । କର୍ମମୟ ଜୀବନ ଭିତରେ ସବୁବେଳେ ଆକାଶବାଣୀ , ଦୂରଦର୍ଶନ , ବିଭିନ୍ନ ଷ୍ଟୁଡ଼ିଓ ଏବଂ ବିଭିନ୍ନ ମଂଚ କାର୍ଯ୍ୟକ୍ରମର ସମୟ ବିତୁଥିଲା । ଏବେ ସେସବୁ ବନ୍ଦ ଅଛି । ତେଣୁ ଏବେ ପରିବାର ସହ ସମ୍ପୂର୍ଣ୍ଣ ସମୟ ବିତାଉଛି । ସକାଳୁ ଯୋଗ , ପ୍ରାଣାୟମ କରୁଛି । ପ୍ରତିଦିନ ସଂଗୀତ ମଧ୍ୟ ଅଭଞାସ କରୁଛି । ରାମାୟଣ , ମହାଭାରତ ଭଳି ଧାରାବାହିକ ଦେଖିବାର ସୁଯୋଗ ମିଳୁଛି । ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ ଫୋନରେ ଆଳାପ କରିବା ସହ ରୋଷେଇରେ ବି ଧ୍ୟାନ ଦେଉଛି । ଶେଷରେ ସମସ୍ତଙ୍କୁ ଏତିକି କହିବି , ସମସ୍ତେ ଧୈର୍ଯ୍ୟ ଧରନ୍ତୁ । ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ । ସରକାରଙ୍କ ପ୍ରତିଟି ଦିୟମକୁ ପାଳନ୍ତୁ ।

ଶ୍ରୀମତୀ ଗୀତା ଦାଶ , ବିଶିଷ୍ଟ କଣ୍ଠଶିଳ୍ପୀ
ଚା ବର୍ତ୍ତମାନ ସମୟରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିସାରିଛି । ଏହାକୁ ପ୍ରତିରୋଧ କରିବା ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ନିରୋଧନ ଓ ସଙ୍ଗରୋଧକୁ ସମଗ୍ର ଦେଶରେ ଲାଗୁ କରାଯାଇଛି । ଏ ପରିପ୍ରେକ୍ଷୀରେ ଜଣେ ଡ଼ାକ୍ତର ଭାବେ ମୋର କର୍ତ୍ତବ୍ୟ ସର୍ବାଗ୍ରେ । କାରଣ ଏ ଆପତକାଳୀନ ପରିସ୍ଥିତିରେ କେବଳ ସ୍‌ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ହିଁ ପ୍ରତ୍ୟକ୍ଷ ଭାବରେ ରୋଗର ମୁକାବିଲା କରୁଛନ୍ତି, ମୁଁ ମଧ୍ୟ ପ୍ରତ୍ୟେକ ଦିନ ମୋ ହସ୍ପିଟାଲକୁ ଯାଉଛି , ଅଧିକ ସତର୍କତାର ସହ ରୋଗୀ ମାନଙ୍କୁ ପରୀକ୍ଷଣ ଓ ରୋଗର ନିରୂପଣକୁ ପ୍ରାଥମିକତା ଦେଉଛି । ମାନବ ସେବା ହିଁ ମାଧବ ସେବା – ଏହି ଆପ୍ତ ବାକ୍ୟକୁ ଜୀବନର ମୂଳାଧାର ଭାବେ ଗ୍ରହଣ କରିଛି । ତେଣୁ ସମସ୍ତ ପାଠକ ବନ୍ଧୁ ମାନଙ୍କୁ ବିନମ୍ର ନିବେଦନ ନିଜେ ଘର ଭିତରେ ରହି ଆମ ମାନଙ୍କୁ ସହଯୋଗ କଲେ ନିଶ୍ଚୟ ଭାବେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମେ ଏହି କରୋନା ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରିବା । ଆଉ ଆମେ ପାଲଟିବା ବିଜୟୀ ଯୋଦ୍ଧା ।


ଚା ଆଶୁତୋଷ ପ୍ରସାଦ ମିଶ୍ର , ଡ଼ାକ୍ତର
ଚା କରୋନାର ଭୟ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ସେଥିରୁ ଆମେ ବା ବାଦ ଯିବୁ କିପରି । ସାହିତ୍ୟିକ ମାନଙ୍କର ଏ କରୋନା ଜନିତ ଅବସର ସମୟ ଯୋଗୁଁ ସାହିତ୍ୟ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହୋଇନାହିଁ ବରଂ ପ୍ରଚୁର ସମୟ ମିଳିଛି । ସାହିତ୍ୟିକ ମାନେ ଅଧ୍ୟୟନ , ଅନୁଶୀଳନ ଓ ନୂଆ ସୃଷ୍ଟିରେ ସମୟ ନିୟୋଜିତ କାରିବା ଉଚିତ୍ । ବିଶେଷ ଭାବରେ କରୋନା ଜନିତ ପୃଥିବୀର ସଙ୍କଟମୟ ପରିସ୍ଥିତିକୁ ମଣିଷ ଯେପରି ମୁକାବିଲା କରୁଛି ଓ ନିଜ ସାହାସର ଆତ୍ମବିଶ୍ୱାସ ବଢ଼େଇ ଚାଲିଛି , ଏହାର ଚିତ୍ର ସାହିତ୍ୟରେ ରୂପାୟିତ ହେବା ବୋଲି ଆଶା ରଖିଛି । ଏବେ କରୋନା ଜନିତ ଏକଡ଼ାଉନ୍ , ସଟଡ଼ାଉନ୍ ମଣିଷକୁ ଗୋଟାଏ ଘରେ ବାନ୍ଧି ଦେଇଛି । ସତେ ଯେପରି ସବୁ ମଣିଷ ଓ ପୃଥିବୀ ବିଶ୍ରାମ ନେଉଛନ୍ତି ।ପରିବାର ଯେ ଆମର ସବୁକିଛି ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ମୁଁ ଏବେ ଆମର ପରିବାର ସହିତ ସମୟ କାଟୁଛି । ବିଭିନ୍ନ କଥାବାର୍ତ୍ତା ଓ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରୁଛି । ମୋ ଦ୍ୱାରା ସଂଗୃହୀତ ବିଭିନ୍ନ ବହିକୁ ପଢ଼ୁଛି ଓ ଆନନ୍ଦ ନେଉଛି । ଏହା ସହ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଛି ଓ ଖବର ସଂଗ୍ରହ କରୁଛି । ମୋର ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହ ଆଳାପ ଆଲୋଚନା କରିବା ସହ ଆସନ୍ତାକାଲିର ପୃଥିବୀ ଯେ ସୁନ୍ଦର ହେବ ସେଥିପାଇଁ ବିଭିନ୍ନ ନକ୍ସା ଆଙ୍କୁଛି ।


ଚା ଡ଼ଃ ବିଜୟାନନ୍ଦ ସିଂହ , ଆବାହକ , ଓଡ଼ିଶା ଉପଦେଷ୍ଟା ମଣ୍ଡଳୀ , କେନ୍ଦ୍ର ସାହିତ୍ୟ ଏକାଡ଼େମୀ)
ଚା ସର୍ବପ୍ରଥମେ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା । ଏବେ ସମଗ୍ର ବିଶ୍ୱ ଯେପରି ଏକ ଦୂରାରୋଗ୍ୟ ବ୍ୟାଧି ରୂପକ ଦାନବର ସମୂଳ ନିପାତ ପାଇଁ ଯୋଦ୍ଧା ଭଳି ସଂଗ୍ରାମ କରୁଛି । ଏମିତି ବି ଏଇ ଲକଡ଼ାଉନ ସମୟରେ ମୁଁ ବି ଆମ ଘରେ ରହୁଛି । ସମୟକୁ ଉପଯୁକ୍ତ କାମରେ ବିନିଯୋଗ କରୁଛି । ବୃତ୍ତିଗତ ଭାବେ ଜଣେ ଅଧ୍ୟାପକ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସହ ପ୍ରତିଦିନ ଆଲୋଚନା କରିବା ସହ ସେମାନଙ୍କ ଶିକ୍ଷାଗତ ସମସ୍ୟାର ସମାଧାନ କରିବା ସହ ଶିକ୍ଷାଦାନ ମଧ୍ୟ କରୁଛି । ସ୍ୱଭାବଗତ ଭାବେ ଜଣେ କଳା ଆଉ ସାହିତ୍ୟର ପୂଜକ ହୋଇଥିବାରୁ କିଛି ଗୀତ , କବିତା, ଗପ ବି ଲେଖୁଛି । ଏ ଜାତିର ଇଷ୍ଟ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଅଧ୍ୟୟନ କରୁଛି । ରାମାୟଣ, ମହାଭାରତ , ଶକ୍ତିମାନ , ଅଲିଫ ଲେଲା ଭଳି କାର୍ଯ୍ୟକ୍ରମ ଯାହା ସହ ମୋ ଶୈଶବର ସ୍ମୃତି ଯୋଡ଼ି ହୋଇ ରହିଛି , ସେସବୁ ଆଉ ଥରେ ଦେଖିବା ସହ ପରିବାର ସହ ସମ୍ପୂର୍ଣ୍ଣ ସମୟ କାଟୁଛି ।


ଭୁବନାନନ୍ଦ ଅଧିକାରୀ , ଗୀତିକାର
ଚା କରୋନାର ଚେନକୁ ଭାଙ୍ଗିବାକୁ ହେଲେ ଲକଡ଼ାଉନକୁ ବୃଦ୍ଧି କରିବା ନିତ୍ୟାନ୍ତ ଜରୁରୀ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ମୁଁ ସମର୍ଥନ ଜଣାଉଛି । ଦେଶରେ ଏବେ ଲକଡ଼ାଉନ ସମୟ ଚାଲୁଥିବା ବେଳେ ମୁଁ ହାଇଦ୍ରାବାଦରେ ମୋ ପରିବାର ସହ ସମୟ ବିତାଉଛି । ସହଧର୍ମିଣୀଙ୍କୁ ରୋଷେଇରେ ସାହାଯ୍ୟ କରିବା ସହ ଏଠି ରହିଥିବା ଓଡ଼ିଆଙ୍କ ସମସ୍ୟା ବୁଝୁଛି । ଫୋନ ଯୋଗେ ଲୋକଙ୍କ ସମସ୍ୟା ସହ ଯୋଡ଼ି ହେବାକୁ ଚେଷ୍ଟା କରୁଛି ।


 ଇଂ ପ୍ରକାଶ ଚନ୍ଦ୍ର ସେଠୀ , ଯୁବ ସମାଜସେବୀ , କଟକ ସଦର

Get real time updates directly on you device, subscribe now.