fbpx

ଲକ୍ ଡାଉନ୍ ଇମ୍ପ୍ୟାକ୍ଟ ,ନିର୍ମଳ ହେବାରେ ଲାଗିଛି ଗଙ୍ଗା-ଯମୁନା

କୋରୋନାର ତାଣ୍ଡବ ଆଗେ ସମଗ୍ର ବିଶ୍ୱ ଥମି ଯାଇଛି । ଲୋକ ନିଜ ନିଜ ଘରେ ଗୃହବନ୍ଦୀ ଜୀବନ ଅତିବାହିତ କରୁଛନ୍ତି । ଅନ୍ୟପଟେ ସମଗ୍ର ବିଶ୍ୱରୁ ପ୍ରଦୂଷଣ ମାତ୍ରା କମ୍ ହେବାର ଖବର ସାମ୍ନାକୁ ଆସୁଛି । ଭାରତ ୨ ପ୍ରମୁଖ ନଦୀର ପାଣି ମଧ୍ୟ ନିର୍ମଳ ହେବାକୁ ଲାଗିଛି । ଗଙ୍ଗା-ଯମୁନାର ପାଣି ଏତେ ସଫା ହୋଇଯାଇଛି ଯେ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।
ମୁଖ୍ୟତଃ କୋରୋନା ଭାଇରସ ଯୋଗୁଁ ଭାରତରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଜାରି ରହିଛି । ଯେଉଥିପାଇଁ ସମସ୍ତ ଇଣ୍ଡଷ୍ଟ୍ରୀ ବନ୍ଦ ରହିଛି । ଛୋଟରୁ ଆରମ୍ଭ କରି ବଡ଼ କଳ କାରଖାନା ସବୁ କୋରୋନା ଭୟରେ ବନ୍ଦ ପଡ଼ିଛି । ଏହି କାରଣରୁ ନଦୀର ପାଣିରେ ଅଳିଆ ଆବର୍ଜନା ନ ଯିବାରୁ ପାଣି ସ୍ୱଚ୍ଛ ହେବାରେ ଲାଗିଛି ।
ଦିଲ୍ଲୀର ଯମୁନା ନଦୀର ପାଣି ଏତେ ପରିମାଣରେ ପରିଷ୍କାର ହୋଇଯାଇଛି ଯେ ଯେକୌଣସି ବ୍ୟକ୍ତି ଦେଖି ଚକିଚ ହୋଇଯାଉଛନ୍ତି । କାରଣ ଏଠାରେ ଯମୁନାର ପାଣି ସର୍ବଦା ଦୁର୍ଗନ୍ଧ ଯୁକ୍ତ ରହିଥାଏ । ବିଭିନ୍ନ କଳକାରଖାନରୁ ବାହାରୁ ଥିବା ଆବର୍ଜନା ଯମୁନା ନଦୀର ପାଣିରେ ଆସି ମିଶି ଥାଏ । ଏହି କାରଣ ଯେ ଏବେ ପାଣି ନିର୍ମଳ ହେବାରେ ଲାଗିଛି ।
ଅନ୍ୟପଟେ ଗଙ୍ଗା ନଦୀର ପାଣି ମଧ୍ୟ ନିର୍ମଳ ହେବାରେ ଲାଗିଛି । କାନପୁର ଓ ବନାରସ ପରି ସହରର ଗଙ୍ଗାର ପାଣି ପରିଷ୍କାର ଦେଖା ଯାଉଛି । ବନାରସର ଗଙ୍ଗା କୂଳରେ ଚାଳୁଥିବା ଡଙ୍ଗା ବନ୍ଦ ପଡିଛି କିନ୍ତୁ ଗଙ୍ଗାର ଶାନ୍ତ ପାଣି ଲୋକଙ୍କୁ ବହୁତ ସୁଖଦ ଅନୁଭୂତି ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.