fbpx

ଏହି ସହରର ବ୍ୟବସାୟୀ ସଂଘ ଲାଗୁ କଲା ଲକଡାଉନ୍, ଏତିକି ଦିନ ବନ୍ଦ ରହିବ ସମସ୍ତ ବଜାର, ଜାଣନ୍ତୁ କେବେ

ନୂଆଦିଲ୍ଲୀ, ୨୪ା୪: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । ତେଣୁ ସାଂପ୍ରତିକି ସ୍ଥିତିରେ ଉପୁଜିଥିବା ସମସ୍ୟାକୁ ଦୂର କରିବା ପାଇଁ ଦିଲ୍ଲୀର ବ୍ୟବସାୟୀ ସଂଘ ପକ୍ଷରୁ ଲକଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୨୬ ତାରିଖରୁ ଲାଗୁ ହେବାକୁ ଯାଉଥିବା ଏହି ଲକଡାଉନ ସମୟରେ ସହରର ସମସ୍ତ ବଜାରଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି । ଏତଦବ୍ୟତୀତ ଦିଲ୍ଲୀରେ ଅକ୍ସିଜେନର ଅଭାବରୁ ବହୁ ରୋଗୀ ମୃତ୍ୟୁବରଣ କରୁଥିବାରୁ ସଂଘ ସେ ଦିଗ ପ୍ରତି ଦୃଷ୍ଟି ଦେବ ବୋଲି ଜଣାପଡ଼ିଛି ।

୨୬ ତାରିଖରୁ ମେ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ ଜାରି ରହିବ । ଯଦି ଲକଡାଉନ୍ ଲାଗୁ ନହୁଏ, ତେବେ କରୋନାର ମୁକାବିଲା କରିବା ଏକପ୍ରକାର ମୁସ୍କିଲ ହୋଇପଡ଼ିବ । ତେଣୁ ଏଠାରେ ଲକଡାଉନ୍ ଲାଗୁ କରିବା ନିହାତି ଜରୁରୀ । ଏହି ଲକଡାଉନ୍ ସମୟରେ ସରକାର ସହରରେ ଚିକିତ୍ସା ସେବାକୁ ଅଧିକ ଗୁରୁତ୍ୱ ଦେଇପାରିବେ । ଆସନ୍ତା ସୋମବାରଠାରୁ ପରବର୍ତ୍ତୀ ସୋମବାର ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ବ୍ୟବସାୟୀ ସଂଘ ନିଜେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.