fbpx

ନିୟମ ନମାନିଲେ ପୁଣି ଓଡିଶାରେ ଲକଡାଉନ୍, ଜାଣନ୍ତୁ କିଏ କହିଲେ?

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । କୋଭିଡ ନିୟମ ନମାନିବାର ପରିମାଣ ନେଇ ସେ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ‘ନିୟମ ନମାନିବା ଅର୍ଥ ଲକଡାଉନକୁ ଆପଣ ଆମନ୍ତ୍ରଣ କରିବା ସହ ସମାନ । ଦରକାର ପଡିଲେ ଅନ୍ୟ ରାଜ୍ୟ ଭଳି କଟକଣା ଲାଗୁ ହେବ । ସଂକ୍ରମଣ ବଢିଲେ ନିୟନ୍ତ୍ରଣ ପାଇଁ ଆମେ ପ୍ରସ୍ତୁତ ଅଛୁ । କୋଭିଡ ସ୍ଥିତିର ସବୁଦିନ ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର । ଦରକାର ପଡିଲେ ମେଡିକାଲ ବେଡ ସଂଖ୍ୟା ବଢାଯିବ ।’

ଏହା ସହ ଲୋକମାନେ ଏହାକୁ ହେୟ ମାନିଲେ ବା କଟକଣା ନମାନିଲେ ରାଜ୍ୟରେ ପୁଣି ଥରେ ଲକ-ଡାଉନ ଲାଗୁ ହୋଇପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ତେବେ ଆଜି ରାଜ୍ୟରେ ପୁଣି ୧୪୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୭ ଓ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୨୪ ରହିଥିବା ବେଳେ ୮୬୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.